ସାଂସଦ ଓ ବିଧାୟକଙ୍କ ଦ୍ଵାରା ମିଳିତ ଭାବେ ବଡ଼ଯତ୍ରା ପୀଠ ଉଦଘାଟିତ
ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲାର ଗଣପର୍ବ ରୂପେ ପରିଚିତ ବଡଯାତ୍ରା-୨୦୨୫ ଏହି ବର୍ଷ ପାଳିତ ହେବାକୁ ଯାଉଥିବା ବେଳେ ଆଜି ସଦରମହକୁମା ସ୍ଥିତ କନ୍ଯାମାଝି ବନ୍ଧ ଠାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମିଳିତ ଭାବେ ବଡଯାତ୍ର। ପୀଠ ଉଦଘାଟନ କରିଛନ୍ତି। ପ୍ରାୟ ୩୫ ଲକ୍ଷ ବ୍ଯୟରେ ଏସଡିସି ପାଣ୍ଠି ବିନିଯୋଗରେ କନ୍ଯାମାଝି ବନ୍ଧ ପୀଠର ପ୍ରାଚୀର ଓ ମଣ୍ଡପ ନିର୍ମାଣ ସହିତ ସୌନ୍ଦର୍ଯ୍ୟ କାର୍ଯ୍ୟ କରାଯାଇଛି। ତିନୋଟି ରାଜ୍ୟ ଆନ୍ଧ୍ର,ଓଡିଶା ଓ ଛତିଶଗଡର କିମ୍ବଦୟନ୍ତୀ କୁ ନେଇ ଏହି ଯାତ୍ରା ଅନୁଷ୍ଟିତ ହେଉଥିବାରୁ ବହୁଭକ୍ତଙ୍କ ସମାଗମ ହୋଇଥାଏ ।ଚଳିତ ବର୍ଷ ମାର୍ଚ ମାସରେ ୮ ତାରିଖରୁ ମାଲକାନଗିରି ସଦରମହକୁମାରେ ଆରମ୍ଭ ହୋଇ ୧୨ତାରିଖ ଦିନ ମାଉଲୀ ମାଆ ମନ୍ଦିର ଠାରେ ଉଦଯାପିତ ହେବ । ଏହି ବଡ ଯାତ୍ରାରେ ଶ୍ରୀଶ୍ରୀ ଶ୍ରୀ କାନମରାଜ,ବାଲାରାଜ,ପୋତରାଜ ଓ ମୁତ୍ଯାଲୁମ୍ମା ବିମାନରେ ବିଜେ କରି ପଦବ୍ରଜରେ ଶହ ଶହ ଲାଠି ଓ ଭକ୍ତ ଗହଣରେ ଆସି ମାଲକାନଗିରି ମାଉଲୀ ମାଆ ମନ୍ଦିର ପ୍ରାଙ୍ଗଣରେ ଉପବିଷ୍ଟ ହେବେ। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡା, ଜିଲ୍ଲା ପାଳ ଈଶ୍ୱର ଆଶିଷ ପାଟିଲ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,ପିଏ ଆଟିଡିଏ ହଳଧର ଶବର ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ବିଜୟ କୁମାର ମହାରଣା, ହିମାଂଶୁ ସାମଲ,ରତନ ବଣିକ,ଜିଲ୍ଲା ପାଳ ଈଶ୍ୱର ଆଶିଷ ପାଟିଲ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,ପିଏ ଆଟିଡିଏ ହଳଧର ଶବର ବଡଯାତ୍ରା କମିଟିର ପ୍ରଫୁଲ୍ଲ ପଣ୍ଡା, ଗଣେଶ ମଣ୍ଡଳ,ବାଲା ପଣ୍ଡା,ପି,କେଶୁ ପ୍ରମୁଖ ଉପସ୍ଥିତ ରହିଥିଲେ।