ସ୍ୱାମୀର ପରକିଆ ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ

ବାଙ୍ଗିରୀପୋଷୀ, (ଶିବ ଶଙ୍କର ମାନ୍ନା): ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲା ରାକ୍ଷସ ସ୍ୱାମୀ।ଆଉ ମୃତ ସ୍ତ୍ରୀକୁ ରାତିସାରା ଜଗି ରହିଲେ ହତ୍ୟାକାରୀ ସ୍ଵାମୀ। ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଅଘଟଣ। ମୃତକ ମହିଳା ହେଲେ ୨୪ବର୍ଷୀୟା ସବିତା ଭୋକ୍ତା। ଅଭିଯୁକ୍ତ ପୁରୁଷ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା। ଶୁକ୍ରବାର ବିଳମ୍ୱିତ ରାତିରେ ଘଟିଛି ଅଘଟଣା। ରାତ୍ରି ଖାଇବା ପରେ ଅଭିଯୁକ୍ତ ପୁରୁଷ ମୋବାଇଲରେ ଜୈନିକା ବାନ୍ଧବୀ ସହ କଥା ହେଉଥିବାର ସନ୍ଦେହ କରି ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେବାରୁ ଅଭିଯୁକ୍ତ ସ୍ଵାମୀ ନିଜ ସ୍ତ୍ରୀକୁ ମାଡ଼ ମାରିଥିଲା କିନ୍ତୁ ସେଠାରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ସ୍ଥଳରେ ଚାନ୍ଦୁଆ ପୋଲିସ ପହଂଚି ଅଭିଯୁକ୍ତ ପୁରୁଷକୁ ଅଟକ ରଖିବା ସହିତ ଶବ୍ ଜବତ ସହ ଅଧିକ ତଦନ୍ତ ଆରମ୍ଭ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ