ଅଁରା ଗାଁରେ ପୁର୍ବ ବିଦାକୁ ନେଇ ଘର ଉପରକୁ ଆକ୍ରମଣ
ହାଟଡିହି, (ବିକାଶ ବିଶ୍ୱାଳ):ଅଁରା ଗ୍ରାମରେ ପୁର୍ବ ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଅଁରା ଗ୍ରାମର ସୁପ୍ରଭା ରାଉତଙ୍କ ପରିବାର ଲୋକମାନେ ଗତକାଲି ଖାଇପିଇ ଶୋଇଯିବା ପରେ ତିନିଜଣ ଦୁର୍ବୁତ ତାଙ୍କ ଘର ସମ୍ମୁଖରେ ଲାଗିଥିବା ଉଜ୍ଜ୍ୱଳ ଲାଇଟକୁ ଭାଙ୍ଗି ଦବା ସହିତ ତାଙ୍କ ଘରକୁ ଯାଇଥିବା ବିଦ୍ୟୁତ ତାରଟିକୁ କାଟି ତଳକୁ ଖାସାଇ ଦେଇଥିଲେ । ଏପରିକି ତାଙ୍କ ବାଡିକୁ ଘେରାଯାଇଥିବା ସିମେଣ୍ଟ ପିଲାର ଗୁଡିକୁ ଭାଭ୍ଗି ତଳେ ପକାଇ ଦେବା ସହିତ ତାଙ୍କ ଚାଳଘରଟିରୁ କିଛି ଛଣ ଓଳାରି ଦେଇ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ସମୟରେ କୁକୁର ଭୁକିବା ସହିତ ଓ ଘର ଲୋକେ ଉଠି ପଡିବାରୁ ତିନିଜଣ ଯାକ ଦୁର୍ବତ ଦୌଡି ପଳାଇଥିଲେ । ଏନେଇ ସୁପ୍ରଭା ରାଉତ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


