ଡକାୟତ ଉଦ୍ୟମ ପଣ୍ଡ; ତିନି ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ର ଡାହାଲା ଛକ ଠାରେ ଏକ ଡକାୟତ ଉଦ୍ୟମ ବିଫଳ ହୋଇଥିବା ଜଣାଯାଇଛି । ଯାଜପୁର ଅଂଚଳର ସବିତା ଦାସ ତାଙ୍କ ସ୍ୱାମୀ ଅଜୟ ଙ୍କ ସହିତ ମୋଟର ସାଇକେଲ ରେ ବାପ ଘର ଭଦ୍ରକ ଅଞ୍ଚଳକୁ ଯାଉଥିଲେ । ଡାହାଲା ଛକ ଠାରେ ଅନ୍ୟ ଦୁଇ ଗୋଟି ମୋଟର ସାଇକେଲରେ ତିନିଜଣ ବ୍ୟକ୍ତି ଆସି ମାରଧର କରିଥିଲେ । ଏହାସହିତ ଟଙ୍କା ଓ ସୁନା ଅଳଙ୍କାର ଛଡ଼ାଇବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ପାଟିତୁଣ୍ଡ ଭିତରେ ସ୍ଥାନୀୟ ଲୋକେ ଓ ରାଜପଥ ରେ ଯାଉଥିବା ଅନ୍ୟବ୍ୟକ୍ତି ମାନେ ପହଂଚି ଯିବାରୁ ଡକାୟତ ଉଦ୍ୟମ କରିଥିବା ତିନିଜଣ ଫେରାର ହୋଇଯାଇଥିଲେ । ତିନିଜଣ ଯାକ ଯାଜପୁର ଅଂଚଳର ବୋଲି ମହିଳା ଜଣକ ଚିହ୍ନଟ କରିଥିବା ଜଣାଯାଇଛି । ଡକାୟତ କି ପୂର୍ବ ଶତ୍ରୁତାରୁ ଆକ୍ରମଣ ତାହା ସ୍ପଷ୍ଟ ହୋଇନାହିଁ । ଭଣ୍ଡାରିପୋଖରୀ ଥାନାରେ ଏନେଇ ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ୨୧୯/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।


