ଅକ୍ଟୋବର ମାସରେ ଆସିପାରେ କରୋନାର ତୃତୀୟ ଲହର- ଏନଆଇଡିଏମ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନ (ଏନଆଇଡିଏମ)ର ମୁତାବକ ଅକ୍ଟୋବର ମାସରେ ଆସିପାରେ କରୋନାର ତୃତୀୟ ଲହର । ଏନଆଇଡିଏମ ଏନେଇ ପ୍ରସ୍ତୁତ ରିପୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରଦାନ କରିଛି ।ଏହା ପୂର୍ବରୁ ବିଦେଶୀ ଏଜେନ୍ସୀ ମଧ୍ୟ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଦେଶରେ କରୋନାର ତୃତୀୟ ଲହର ଆସିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲା ।ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନର ଏକ୍ସପର୍ଟ କମିଟିର ରିପୋର୍ଟରେ ହସ୍ପିଟାଲରେ ଶିଶୁ ମାନଙ୍କ ନିମନ୍ତେ ଚିକିତ୍ସା ଉପକରଣର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ରିପୋର୍ଟରେ ତୃତୀୟ ଲହରର କାରଣ ଡେଲ୍ଟା ପ୍ଲସ୍ ଭେରିୟଂଟ ବୋଲି ଦର୍ଶାଯାଇଛି । ଯଦିଓ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ମୁତାବକ ଦେଶରେ ୨ ଅଗଷ୍ଟ ପର୍ଯ୍ୟନ୍ତ କରୋନାର ଡେଲ୍ଟା ପ୍ଲସ୍ ଭେରିୟଂଟର ୭୦ ମାମଲା ସାମ୍ନାକୁ ଆସିଥିବା କୁହାଯାଇଛି । ଏହାର ଯାଂଚ୍ ପାଇଁ ୧୬ ରାଜ୍ୟରୁ ୫୮,୨୪୦ ସାମ୍ପଲର ଯାଂଚ୍ କରାଯାଇଛି । ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
କାବୁଲ ବିମାନବନ୍ଦରରେ ଗୁଳିମାଡ଼ରେ ଜଣେ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ କାବୁଲ, ୨୩ ଅଗଷ୍ଟ (ହି.ସ.)- କାବୁଲ ବିମାନବନ୍ଦରରେ ସୋମବାର ଅଜଣା ବନ୍ଧୁକଧାରୀ, ପଶ୍ଚିମ ସୁରକ୍ଷା ବଳ ଏବଂ ଅଫଗାନ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଅଫଗାନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଛି ।
ଜର୍ମାନୀ ସେନା ଟ୍ୱିଟରରେ ଏନେଇ ସୂଚନା ଦେଇ କହିଛି, ଗୁଳି ବିନିମୟରେ ଜଣେ ଅଫଗାନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଛି ଏବଂ ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଏହାପରେ ଏହି ସଙ୍ଘର୍ଷରେ ଆମେରିକା ଓ ଜର୍ମାନୀର ସୁରକ୍ଷାବଳ ମଧ୍ୟ ସାମିଲ୍ ହୋଇଛନ୍ତି ।


