ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ଥିବା ଇକୋ କ୍ଲବ ତରଫରୁ ପ୍ରତି ବର୍ଷ ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ,ବୃକ୍ଷ ରୋପଣ ଏବଂ ତାର ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି।ସେହିପରି ଏ ବର୍ଷ ମଧ୍ୟ ଚଳିତ ମାସ ଡ଼ିସେମ୍ବର ପହିଲାରେ ଫୁଲବାଣୀ ସହରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ କୁ ଆୟୋଜନ କରିବାକୁ ଅନୁରୋଧ କରାଯାଇଥିଲା।ଏଥିରେ ମୋଟ ୧୦ଟି ଉଚ୍ଚ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସ୍ୱଚ୍ଛତା ସମ୍ବନ୍ଧୀୟ ରାଲିର ଆୟୋଜନ କରାଯିବା ପରେ ପ୍ରବନ୍ଧ “ଆମ ପରିବେଶ ଆମ ଦାୟିତ୍ୱ” ଓ ଚିତ୍ର “ସ୍ୱଚ୍ଛ ବିଦ୍ୟାଳୟ”ସମ୍ବନ୍ଧରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଶିଶୁ ବିଦ୍ୟା ମନ୍ଦିରର ପ୍ରବନ୍ଧରେ ଜଣେ ପ୍ରଥମ ଓ ଜଣେ ତୃତୀୟ ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ପେଇଣ୍ଟିଙ୍ଗ ରେ ପ୍ରଥମ ଓ ଦ୍ୱିତୀୟ ଏଜେଓ ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ କାରମେଲ ଇଂରାଜୀ ବିଦ୍ୟାଳୟର ଜଣେ ତୃତୀୟ ସ୍ଥାନ ପାଇଛନ୍ତି।ପ୍ରଥମ ପୁରସ୍କାର ୧୫୦୦,ଦ୍ଵିତୀୟ ପୁରସ୍କାର ୧୦୦୦,ତୃତୀୟ ପୁରସ୍କାର ୭୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଢଙ୍ଗୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବିଜ୍ଞାନ  ସୁପରଭାଇଜର ଅଶୋକ ପାତ୍ର ,ବିଜ୍ଞାନ ପର୍ଯ୍ୟବେକ୍ଷକ  କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇପାରିଥିଲା ।ଅନ୍ୟାନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ