ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଉତ୍ତର ଦାୟାଦମାନଙ୍କର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ସ୍କାଉଟ୍ ଓ ଗାଇଡ଼୍ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ଉତ୍ତର ଦାୟାଦ ସଂଗଠନ ତରଫରୁ ଦିବଂଗତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ଦିବସ ପାଳନ ତା୨୧.୧.୨୦୨୩ରିଖ ଦିନ କରାଯାଇଅଛି । ଏହାକୁ ଶ୍ରୀମତୀ କ୍ରିଷ୍ଣା ମହାନ୍ତି ସଭାନେତ୍ରୀ ଉତ୍କଳ ଗାନ୍ଧୀ ସ୍ମାରକନିଧି ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମଲ, ବିଶେଷ ଅତିଥି ଭାବେ ଶ୍ରୀ ନୀଳମଣି ସାମଲ ସଭାପତି ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମିତି, ଓଡ଼ିଶା ଭୁବନେଶ୍ୱର ଓ ସମ୍ମାନିତ ଅତିଥି ଭାବେ ଡଃ ବାସୁଦେବ ଦାସ, ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସଭାପତି କେନ୍ଦ୍ରାପଡ଼ା ସାହିତ୍ୟ ସଂସଦ, ନନ୍ଦକିଶୋର ପରିଡ଼ା ପ୍ରାକ୍ତନ ଅଧ୍ୟକ୍ଷ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଯୋଗ ଦେଇ ସଂଗ୍ରାମୀଙ୍କ ସ୍ମୃତିଚାରଣ ସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସ୍କାଉଟ୍ ଗାଇଡ଼୍‌ର ପ୍ରତିଷ୍ଠାତା ଓ ବିଭିନ୍ନ ଅନୁଷ୍ଠାନ ସହ ସଂପୃକ୍ତ ଥିବା ସ୍ୱର୍ଗତ ପଣ୍ଡିତ ରଘୁନାଥ ମିଶ୍ରଙ୍କର ସ୍ମୃତିଚାରଣ କରିଥିଲେ । ସଭାରେ ସଂଗଠନର ସଭାପତି ତଥା ସ୍କାଉଟ୍‌ସ୍ ଏବଂ ଗାଇଡ଼୍‌ସ୍‌ର ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ । ଶ୍ରୀ ବିଜୟ କୁମାର ତ୍ରିପାଠୀ, ଶ୍ରୀ ଶିବ ନାରାୟଣ ମିଶ୍ର, ଶ୍ରୀ ସୀତାବଲ୍ଲଭ ମହାପାତ୍ର, ଶ୍ରୀ ଅରୁଣ କୁମାର ଜେନା, ଶ୍ରୀ କୁଳମଣି ରାଉତ, ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ସଭାରେ ଉପସ୍ଥିତ ଥିବା ସଦସ୍ୟଗଣ ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ଶେଷରେ ତୁଷାରକାନ୍ତି ଘୋଷ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ