ପାଲା ସଂସ୍କୃତି ପ୍ରେମୀଙ୍କ ପ୍ରଫୁଲ୍ଲ ମହାରଥାଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ୪୦ବର୍ଷ ଧରି ବାଦୀପାଲା ଅନୁଷ୍ଠିତ କରେଇ ଆସୁଥିବା ବରପଦା ପାଲା କମିଟି, ବରପଦା(କୁଞ୍ଜୁରୀ) , ଖୋର୍ଦ୍ଧାର ପ୍ରତିଷ୍ଠାତା ସଦସ୍ୟ ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବଡ଼ବାବୁ ଭାବେ ପରିଚିତ ଜଣେ କର୍ମଠ ତଥା ସାହିତ୍ୟ ସଂସ୍କୃତି ପ୍ରାଣ ବିଶେଷ କରି ପାଲା ସଂସ୍କୃତିକୁ ଓଡ଼ିଶାରେ ପ୍ରଚାର ପ୍ରସାର କରିବା ସହିତ , ବିଭିନ୍ନ ସାହିତ୍ୟ ସଂସ୍କୃତି ସଙ୍ଗଠନ ସହିତ ଯୋଡିରହି ପାଲାଗାୟକ ମାନଙ୍କୁ ଉତ୍ସାହିତ କରିବା, ନୂଆ ନୂଆ ପାଲାକାର ମାନଙ୍କୁ ବଡ଼ ମଞ୍ଚରେ ଠିଆ କରେଇ ତାଙ୍କ ମଧ୍ୟରେ ସାଂସ୍କୃତିକ ଉନ୍ମାଦନା ସୃଷ୍ଟି କରେଇବାରେ ପ୍ରଛଦପଟର ନାୟକ ଭାବେ ବେଶ ପରିଚିତ ବରପଦା ଗ୍ରାମ ନିବାସୀ ପ୍ରଫୁଲ୍ଲ କୁମାର ମହାରଥା ଗତକାଲି ତା ୨୦ ରିଖରେ ୭୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି | ମୃତୁ ସମୟରେ ଭାଇ ବଳଦେବ , ଗଙ୍ଗେଶ୍ବର , ପ୍ରଭାତ , ଲଳିତ ,ପବିତ୍ର , ଭଉଣୀ ପ୍ରତିମା , କୁନି , ଝୁଲା , ମୀରା ,ହରପ୍ରିୟା ,ଗୀତା , ନମିତା, ଅନ୍ନପୂର୍ଣ୍ଣା, ତପସ୍ୱିନୀ ପୁଅ ଆଲୋକ , ମିଳନ ,ଲିପୁ ,ଲିଟୁ ଝିଅ ସନ୍ଧ୍ୟା , ଉଷା ସମେତ ନାତି ନାତୁଣୀ ସମେତ ପରିବାରବର୍ଗ ବନ୍ଧୁ ବାନ୍ଧବ ତଥା ସଂସ୍କୃତି ପ୍ରେମୀ ବନ୍ଧୁବର୍ଗ ମାନେ ଉପସ୍ଥିତ ଥିଲେ | ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ