ଅଗଷ୍ଟ ୧କୁ ଘୁଞ୍ଚିଲା  ଅଯୋଧ୍ୟା ମାମଲା ଶୁଣାଣୀ

ନୂଆଦିଲ୍ଲୀ (ଯୁଗାବ୍ଦ ନ୍ୟୁଜ) : ଅଯୋଧ୍ୟା ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ଅବସରରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟିକୁ ଜୁଲାଇ ଶେଷ ପର‌୍ୟ୍ୟନ୍ତ ନିଜର କାର‌୍ୟ୍ୟ ଜାରି ରଖିବାକୁ କହିଛନ୍ତି। ଏହା ପରେ ଅଗଷ୍ଟ ୧ରେ କମିଟି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି। ଗତ ୧୧ ତାରିଖରେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଧ୍ୟସ୍ଥତା କମିଟିକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ମଧ୍ୟସ୍ଥତା କମିଟି ଯଦି କୌଣସି ନିଷ୍କର୍ଷରେ ପହଞ୍ଚିପାରି ନ ଥିବ, ତେବେ ଆସନ୍ତା ୨୫ ତାରିଖରୁ ମାମଲାର ନିୟମିତ ଶୁଣାଣି ହେବ ବୋଲି ମଧ୍ୟ ଜଣାଇଥିଲେ। ଗତ ମାର୍ଚ୍ଚ ୮ରେ ମାମଲାର ସମାଧାନ ଲାଗି ମଧ୍ୟସ୍ଥତା କମିଟି ଗଠନ କରିଥିଲେ। ଅବସରପ୍ରାପ୍ତ ବିଚାରପତି ଏଫ.ଏମ. ଖଲିଫଉଲ୍ଲା କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ ଆର୍ଟ ଅଫ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଡ୍‌ଭୋକେଟ ଶ୍ରୀରାମ ପଞ୍ଚୁ କମିଟିର ସଦସ୍ୟ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ