ଆପେ ଶୁଖୁଥିବା ଜ୍ୟାକେଟ୍
ଜ୍ୟାକେଟ୍ ଓଦା ହେଲେ ଶୁଖବାକୁ ବହୁତ ସମୟ ନେଇଥାଏ । ଯାହାକୁ ନେଇ ଆପଣମାନେ ବହୁତ ଚିନ୍ତା କରିଥାନ୍ତି । ହେଲେ ଆଉ ଚିନ୍ତା କରିବା ଦରକାର ନାହିଁ । ବିଜ୍ଞାନର ଆଉ ଏକ କରାମତି । ଆପେ ଶୁଖୁଥିବା ଜାକେଟ୍ ତିଆରି କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକମାନେ । ଏଥିରେ ପାଣି ପଡ଼ିବାର ତିରିଶ ସେକେଣ୍ଡ ଭିତରେ ଶୁଖିଯାଉଛି । ଯଦି ଅଧିକ ପାଣି ପଡ଼ୁଛି ତେବେ ଶୁଖିବା ପାଇଁ ଏକରୁ ଦୁଇ ମିନିଟ୍ ଲାଗୁଛି । ପାଣି ଶୁଖାଇବା ଲାଗି ଏଥିରେ କେତେକ ଛୋଟଛୋଟ ଫ୍ୟାନ୍ ଭଳି ଯନ୍ତ୍ର ଲାଗିଛି । ଯାହା ପାଣି ଶୁଖିବାରେ ସାହାଯ୍ୟ କରୁଛି । ଫ୍ୟାନ୍ଗୁଡ଼ିକ ବ୍ୟାଟେରି ଚାଳିତ । ଏହି ଫ୍ୟାନ ଗୁଡିକ ଜାକେଟ୍ ଭିତରେ ଅଧିକ ତାପ ସମ୍ପନ୍ନ ଉଷ୍ମ ବାୟୁ ଖେଳାଇବାକୁ ସମର୍ଥ ହୋଇଥାଏ । ହଲିଉଡ଼୍ ଫିଲ୍ମ ‘ବ୍ୟାକ୍ ଟୁ ଫ୍ୟୁଚର-୨’ର ଏକ ଚରିତ୍ର ଏଭଳି ଏକ ଜାକେଟ୍ ପ୍ରଥମ ଥର ପିନ୍ଧିଥିବା ଦେଖିବାକୁ ମିଳିଥିଲା ।


