ଅଗ୍ନିବିପନ୍ନ ପରିବାରଙ୍କୁ ଗୋପବନ୍ଧୁ ସେବା ସଂଘର ସହାୟତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା-ନରସିଂପୁର ଗ୍ରାମରେ ଗୁରବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୧୨ ବଖରା ଘର ଭସ୍ମୀଭୂତ ହେବା ସହ ବହୁ ସଂପତ୍ତି ନଷ୍ଟ ହୋଇଛି । ଖବର ପାଇ ତିହିଡିସ୍ଥିତ ଗୋପବନ୍ଧୁ ସେବା ସଂଘ ପକ୍ଷରୁ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରାଯାଇଛି । ସଂଘର ସଭାପତି ରାଜୀବ କୁମାର ନାୟକ, ଉପସଭାପତି ରତ୍ନାକର ସାହୁ, ସଂପାଦକ ନିର୍ମଳ ଚନ୍ଦ୍ର ଦଳାଇ, ସହ ସଂପାଦକ ଅଭିରାମ ଦାସ, କୋଷାଧ୍ୟକ୍ଷ ହେମନ୍ତ ମଲ୍ଲିକ, ତାରାକାନ୍ତ ପଣ୍ଡା, ପ୍ରବୀର କୁମାର ଧଳ, ସେକ୍ ଲିୟାକତ୍‌, ନିରାକର ମଳିକ, ମୃତ୍ୟୁଞ୍ଜୟ ସାହୁ, ବିରେନ୍ଦ୍ର ପାଢୀ, ଅଜିତ କୁମାର ମଳିକ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ୨୦ ଦିନର ରନ୍ଧା ଓ ଶୁଖିଲା ଖାଦ୍ୟ ସାମଗ୍ରୀ, ଲୁଗାପଟା ସମେତ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ସହାୟତା ପ୍ରଦାନ ବେଳେ ସରପଞ୍ଚ ରଞ୍ଜନ କୁମାର ସାହୁ, ୱାର୍ଡ ସଭ୍ୟା ଅପର୍ଣ୍ଣା ବ୍ରହ୍ମ, ହୃଦାନନ୍ଦ ପାଢୀ, ଅଶୋକ କୁମାର ବେହେରା, ବିଷ୍ଣୁ ଚରଣ ମୁଦୁଲି, ହିମାଂଶୁ ମହାପାତ୍ର, ଅରବିନ୍ଦ ବିଶ୍ୱାଳ, ଶ୍ରୀକାନ୍ତ ସାହୁ, ପ୍ରଶାନ୍ତ ମହଲା, ନାରାୟଣ ମହଲା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ