ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମଚରଣ ସ୍ୱାଇଁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରକୋଣା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସମାଜସେବୀ ତଥା ସିଦ୍ଧରାମେଶ୍ୱର ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ପଦ୍ମ ଚରଣ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ବରକୋଣାସ୍ଥିତ ବାସଭବନରେ ସ୍ୱର୍ଗତ ସ୍ୱାଇଁଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଆୟୋଜିତ ସ୍ମୃତିଚାରଣ ସଭାରେ ବଡପୁଅ ତଥା ବଲାଙ୍ଗୀର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଡଃ.ମହେଶ୍ୱର ସ୍ୱାଇଁ, ସାନପୁଅ ଇଂ.ତରୁଣ କୁମାର ସ୍ୱାଇଁ, ଧର୍ମପତ୍ନୀ ମନୋରମା ସ୍ୱାଇଁ, ବଡବୋହୁ ରଞ୍ଜିତା କର, ନାତି ଭବେଶ ଭାର୍ଗବ, ଶ୍ରେୟେଶ ସୌରଭ, ସ୍ୱର୍ଗତ ସ୍ୱାଇଁଙ୍କ ଭାଇ ଉପେନ୍ଦ୍ର ସ୍ୱାଇଁ, ବୃନ୍ଦାବନ ସ୍ୱାଇଁ, ପଞ୍ଚାନନ ସ୍ୱାଇଁ, ସମାଜସେବୀ ମାର୍କଣ୍ଡ ବେହେରା, ଅକ୍ଷୟ ଧଳ, ଦିଲୀପ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିଲେ । ଘରର କୂଳପୁରୋହିତ ଯୋଗେନ୍ଦ୍ର ପଣ୍ଡା ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ।


