ଅଙ୍ଗନବାଡି କେନ୍ଦ୍ରକୁ ଆସିଥି କୋଭିଡ୍ -୧୯ ଚାଉଳ ହଡ଼ପ: ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଛତ୍ରପୁର, (ୱାଇଏନ୍‌ଏସ୍‌): ଦିଗପହଣ୍ଡି ବ୍ଲକ୍ ବଡ଼ଡ଼ୁମ୍ବୁଳା ଗ୍ରାମ ପଂଚାୟତ ଅଧିନସ୍ଥ ଝଗଡ଼ାପଲ୍ଲୀ ଗ୍ରାମବାସୀମାନେ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହ ଏହି ଦାବି ଗୁଡ଼ିକ ଖୁବ୍ ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଝଗଡ଼ାପଲ୍ଲୀ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ କୋଭିଡ୍ -୧୯ ସକାଶେ ଆସିଥିବା ଶିଶୁଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ଚାଉଳ ବିକ୍ରି କରାଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି ରଶ୍ମିତା କୁମାରୀ ଧର ସେଂନଟରରେ ଅନୁପସ୍ଥିତ ରହି ମାସକୁ ୩ରୁ ୪ ଥର ବୁଲି ଯାଉଛନ୍ତି । ଏହା ସହ ଶିଶୁଙ୍କୁ ଦିଆଯାଉଥିବା ଡ୍ରେସ୍‌, ଅଣ୍ଡା, ଛତୁଆ ଓ ଚାଉଳ ବଂନଟନ ଦୁର୍ନିତିରେ ମଧ୍ୟ ଲିପ୍ତ ରହିଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କୋଭିଡ୍ -୧୯ ସକାଶେ ସେଂନଟରକୁ ଆସୁଥିବା ଚାଉଳକୁ ଖଜୁରିଆପଲ୍ଲୀ ଗ୍ରାମର ଜଣେ ବ୍ୟବସାୟୀଙ୍କୁ ପ୍ରଦାନ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜୁନ୍ ୩ ତାରିଖ ଦିନ ସେମାନେ ଗାଡ଼ି ସହ ଚାଉଳକୁ ମଧ୍ୟ ଧରିଥିଲେ ବୋଲି ଗ୍ରାମର ରବିନ୍ଦ୍ର ଗୌଡ଼ କହିଛନ୍ତି । ତେଣୁ ଏସଂପର୍କରେ ବାରମ୍ବାର ଦିଗପହଣ୍ଡି ସିଡ଼ିପିଓଙ୍କୁ ଅଭିଯୋଗ କଲେ ମଧ୍ୟ ଏହାର କୌଣସି କାର୍ଯ୍ୟକାରୀ ହେଉନାହିଁ । ତେଣୁ ଗଞ୍ଜାମ ଜିଲ୍ଲାପାଳ ଏହାର ତୁରନ୍ତ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସୁବାସିନି ଦଳାଇ, ବନବାସୀ ନାୟକ, ନିରଞ୍ଜନ ବାଡତ୍ୟା, ମଞ୍ଜୁଳା ବିଷୋୟୀ, ରବିନ୍ଦ୍ର ଗୌଡ଼, ବିନୋଦ ଦଳାଇ, ଦାମ ଦଳେଇ, ରଙ୍କ ବିଶୋଇ, ଆପନା ବିଷୋୟୀ, ସାରଥୀ ସାହୁ, ସିମାଂଚଳ ଗୌଡ଼, ଦୁଃଖୀଶ୍ୟାମ ପଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ