ଲିମ୍ବ ଗଛରେ ଗଦା, ଶଙ୍ଖ ଚିହ୍ନ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଂଚାୟତ ମହୁରା ଗାଁ ଠାରେ ଆଜି ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ଗ୍ରାମର ନରହରି ମିଶ୍ରଙ୍କ ବାଡ଼ିରେ ଏକ ଲିମ୍ବ ଗଛ ଦୀର୍ଘ ୨୦୦ବର୍ଷ ହେବ ଦଣ୍ଡାୟମାନ ହୋଇଛି । କିଛିଦିନ ପୂର୍ବରୁ ଦୁଇଚାରି ଜଣ ସାଧୁ ଗାଁକୁ ପରିଭ୍ରମଣରେ ଆସିଥିବା ବେଳେ ଲିମ୍ବ ଗଛକୁ ଦେଖି ଏହା ଦିନେ ଦାରୁ ହୋଇପାରିବ ବୋଲି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ସେହିଦିନ ଠାରୁ ପ୍ରତ୍ୟକ ଦିନ ପରିବାର ଲୋକେ ଦୈନିକ ପୂଜାର୍ଚ୍ଚନା କରିଆସୁଥିଲେ । ଅନେକ ଦିନ ଅତିବାହିତ ହେବାପରେ ଏବେ ଲିମ୍ବ ଗଛର ବିଭିନ୍ନ ସ୍ଥାନରେ ଗଦା, ଶଙ୍ଖ, ଚକ୍ର ଆକୃତିର ଚିହ୍ନ ଥିବା ଭଳି ପୂଜାର୍ଚ୍ଚନା କରୁଥିବା ପରିବାର ଲୋକ ଦେଖିବାକୁ ପାଇଛନ୍ତି । ସୂଚନାତ୍ମକ ଭାବେ ଚିହ୍ନକୁ ଦେଖି ସାହି ପଡ଼ିଶା ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଘଟଣା ଚାରି ଦିଗକୁ ବ୍ୟାପୀ ଯାଇଛି । ଆଜି ମହୁରା ଗାଁ ସମେତ ଆଖପାଖ ଅଞ୍ଚଳର ଲୋକମାନେ ଲିମ୍ବ ଗଛ ନିକଟରେ ପହଂଚି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଘଟଣାଟି ଉକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ