ଅଟୋ ଚାଳକଙ୍କ ମହନୀୟତା, ଫେରାଇଲେ ୬ ଲକ୍ଷ ଟଙ୍କାର ସୁନା

ଚେନ୍ନାଇ : ସଚ୍ଚୋଟପଣିଆ ବୋଲି ଏ ସମାଜରେ କିଛି ନାହିଁ ବୋଲି ଅନେକ ଥର ଲୋକେ କହୁଥିବାର ଆମେ ଶୁଣିଥାଉ । କୌଣସି ଅପ୍ରୀତିକର ଘଟଣା ଘଟିଲେ ଏହି ଶବ୍ଦର ମାନେ ଲୋକେ ଭୁଲି ଗଲେଣି ବୋଲି ମନକୁ ଆସିଥାଏ । କିନ୍ତୁ ଅନେକ ସମୟରେ କିଛି ଏଭଳି ଘଟଣା ଘଟିଥାଏ, ଯାହା ମାନବିକତା ଓ ସଚ୍ଚୋଟପଣିଆ ଭଳି ଶବ୍ଦ ସମାଜରେ ବଞ୍ଚିରହିଛି ବୋଲି ବିଶ୍ୱାସ ଆସିଯାଇଥାଏ । ପୂର୍ବରୁ ଜଣେ ଅଟୋ ଚାଳକ ଆଇଫୋନ୍ ଫେରାଇବା ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଏବେ ଜଣେ ଅଟୋ ଚାଳକ ମହିଳାଙ୍କୁ ସେ ଛାଡ଼ିଯାଇଥିବା ସୁନା ଫେରାଇଥିବା ଜଣାପଡ଼ିଛି । ଚେନ୍ନାଇର ଜଣେ ଅଟୋ ଚାଳକ ୬ ଲକ୍ଷ ଟଙ୍କାର ସୁନା ଫେରାଇବା ଘଟଣା ସଚ୍ଚୋଟପଣିଆ ଏବେ ବି ସମାଜରେ ଜୀବିତ ରହିଥିବା ପ୍ରମାଣ କରିଛି । ସୂଚନା ମୁତାବକ, ତେନାମ୍ପେଟର କମରାଜନଗରରେ ରହୁଥିବା ବିଜୟଲକ୍ଷ୍ମୀ ସଲିଗ୍ରାମମ୍‌କୁ ଏକ ବିବାହରେ ଯୋଗ ଦେବା ପାଇଁ ଯାଇଥିଲେ । ଯାତ୍ରା ସମୟରେ ସୁନା ପିନ୍ଧିବାକୁ ସୁରକ୍ଷିତ ମନେ ନ କରି ସେ ସବୁ ସୁନା କାଢ଼ିଦେବା ସହ ନିଜ ବ୍ୟାଗ୍‌ରେ ରଖିଦେଇଥିଲେ । ସଂନ୍ଧ୍ୟା ୬ଟାରେ ସେ ଉଦୟ କୁମାରଙ୍କ ଅଟୋରେ ବସିଥିଲେ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସେ ସୁନା ରଖିଥିବା ବ୍ୟାଗ୍‌ଟି ଅଟୋରେ ଛାଡ଼ି ଚାଲିଯାଇଥିଲେ । କିଛି ବାଟ ଯିବା ପରେ ଅଟୋରେ ବସିଥିବା ଆଉ ଜଣେ ଯାତ୍ରୀ ବ୍ୟାଗ୍ ଦେଖି ଉଦୟ କୁମାରଙ୍କୁ ଜଣାଇଥିଲେ । ଯାହା ପରେ ଉଦୟକୁମାର ବିଜୟଲକ୍ଷ୍ମୀଙ୍କୁ ଛାଡ଼ିଥିବା ବିବାହ ମଣ୍ଡପରେ ପହଞ୍ଚି ତାଙ୍କୁ ସୁନା ଥିବା ବ୍ୟାଗ୍ ଫେରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ