ଦୃଷ୍ଟିଶକ୍ତି ବୃଦ୍ଧି କରେ ଗାଜର

ଗାଜର ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏହା ସହ କର୍କଟ ପରି ରୋଗରୁ ରକ୍ଷା କରିଥାଏ । ଗାଜରରେ ପୋଷକ ତତ୍ତ୍ୱ, ଭିଟାମିନ-ଏ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ତାହା ଶରୀର ପାଇଁ ଲାଭଦାୟକ ରହିଥାଏ । ପ୍ରତିଦିନ ଗୋଟିଏ ଗାଜର ଖାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ଘଟେ । ଏହାଛଡା ଗାଜର ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଗାଜରରେ ଥିବା ଲ୍ୟୁଟିନ ଓ ଲାଇକୋପିନ ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଗାଜରରେ ଫାଇବର୍ ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଶରୀରରେ ଓଜନ ହ୍ରାସ ଘଟେ । ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ମାତ୍ରା ବୃଦ୍ଧି ହୋଇଥାଏ । ସ୍ତନ କର୍କଟ ରୋଗୀଙ୍କ ପାଇଁ ଗାଜର ଉପକାରୀ ଅଟେ । ରକ୍ତକୁ ସଫା ରଖିବାରେ ଗାଜର ଅତି ଉପକାରୀ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ