ଶ୍ରୀକୃଷ୍ଣ ଗୋଶାଳା ୧୦୧ ଗୋଷ୍ଠାଷ୍ଠମୀ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପର , (ଯୁଗାବ୍ଦ ନ୍ୟୁଜ) : କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ସୋମବାର ସ୍ଥାନୀୟ ଆଗାସାହି ନିକଟସ୍ଥ ଶ୍ରୀକୃଷ୍ଣ ଗୋଶାଳାର ୧୦୧ ତମ ଗୋଷ୍ଠାଷ୍ଠମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁଘଧର୍ମରେ ଗାଇକୁ ମାତା ସମାନ ମାନିବା ସହ ବିଭିନ୍ନ ନୀତି ନିୟମ ସହ ପୂଜାର୍ଚ୍ଚନା କରାଯାଇଥାଏ । ସୋମବାର ସମସ୍ତ ଗୋଶାଳାରେ ଗୋସେବା ନୀତି ସହ ହଳଦୀ , କୁଙ୍କୁମ, ଅଗୁର , ଚନ୍ଦନ , କର୍ପୁର ସମେତ ଗୋସ୍ନାନ କରି ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦଇ ଗୋ ଦକ୍ଷିଣା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ