ଅଟୋ ଚାଳକ ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ଭଳି ମାରାତ୍ମକ ରୋଗ ସମଗ୍ର ବିଶ୍ୱ ରେ ଅତି ଭୟଙ୍କର ରୂପରେ ନିଜର କାୟା ବିସ୍ତାର କରିଥିବାରୁ ସରକାର ଲକଡାଉନ୍ ଘୋଷଣା କରିଛନ୍ତି l ଲକଡାଉନ୍ ରେ ଯାନବାହାନ, ଦୋକାନ ବଜାର ସହିତ ଲୋକଙ୍କ କାମ ଧନ୍ଦା ସବୁ ବନ୍ଦ ରହୁଥିବାରୁ ବହୁତ ଲୋକଙ୍କ ପାଖରେ ଟଙ୍କା ପଇସା ର ଅଭାବ ଦେଖାଦେଇଛି, ଯାହା ଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହି ଲୋକଙ୍କ ଭିତରେ ଅଟୋ ଚାଳକ ମାନେ ନିଜର ଅଟୋ ଗାଡ଼ିରେ ଯାତ୍ରୀ ମାନଙ୍କୁ ନେଇ ସେମାନଙ୍କର ଗନ୍ତବ୍ୟ ସ୍ଥାନରେ ଛାଡି ଦିନକୁ ଦି ପଇସା ରୋଜଗାର କରୁଥିଲେ କିନ୍ତୁ ଆଜି ଲକଡାଉନ୍ ଯୋଗୁଁ ସେମାନଙ୍କୁ ଦିନ କୁ ଦି ମୁଠା ଦାନା ମିଳିବା କଷ୍ଟକର ହେବା ସହିତ ନିଜର ପରିବାର ପ୍ରତିପୋଷଣ କରିପାରୁନାହାନ୍ତି l ଏପରି ଦୁଃଖଦ ପରିସ୍ଥିତି ରେ ଆଜି ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ଅଟୋ ଚାଳକ ସଂଘ ତରଫରୁ ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଜରିଆରେ ସରକାର ଙ୍କୁ ନିଜର ସମସ୍ୟାର ସମାଧାନ ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ସେଠାରେ ଅଟୋ ଚାଳକ ସଂଘ ର ସଭାପତି ଭୋଳାନାଥ ସ୍ୱାଇଁ ଙ୍କ ସମେତ ସାମାଜିକ ଦୂରତ୍ୱ ନିୟମ ମାନି ଅନ୍ୟାନ୍ୟ ସଭ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ