ଅଣାଛକରେ ଓଲଟିଲା ହାଇୱା : ସ୍କୁଲ ସମୟରେ ବାଲିପରିବହନ ବନ୍ଦ କରିବାକୁ ଦାବି
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ଅଣା ଛକ ନିକଟରେ ଆଜି ଲଏକ ହାଇୱା ଟ୍ରକ ବାଲି ଆଣିବାପାଇଁ ଗିରିଗାଁ ଘାଟକୁ ଯାଉଥିବାବେଳେ ଅଣାଛକ ନିକଟରେ ଅସାବଧାନତାରୁ ଗାଡିଟି ରାସ୍ତା କଡକୁ ଓଲଟି ପଡିଛି । ଅଳ୍ପକେ ଏହାର ଡ୍ରାଇଭର ରକ୍ଷା ପାଇଯାଇଥିବାବେଳେ ଏକ ନଡିଆ ଗଛ ପାଇଁ ନିକଟରେ ଥିବା ଏକ ଘର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଯେପରି ଭାବେ ଗାଡିଟି ରାସ୍ତା କଡକୁ ଯାଇଥିଲା ଯଦି ନଡି÷ଆଗଛ ଟି ନଥାନ୍ତା ତେବେ ତାହା ସମ୍ମୁଖରେ ଥିବା ଘରକୁ ନିଶ୍ଚିତ ଭାବେ ଧକ୍କା ଦେଇଥାନ୍ତା । ଯାହାଦ୍ୱାରାକି ଅନେକ ଧନ ଜୀବନ ହାନି ହୋଇଥାନ୍ତ । ଏହି ଦୁର୍ଘଟଣାପରେ ଅଣା ଗ୍ରାମରେ ଅସନ୍ତୋଷ ଦେଖା ଦେଇଥିଲା । ଅନେକ ଯୁବକ ରାସ୍ତାକୁ ଆସି ବାଲିଗାଡି ଚଳାଚଳ ବନ୍ଦ କରିଥିଲେ । ସେମାନଙ୍କ ଯୁକ୍ତି ଯେ ଏବେ ଶହଶହ ହାଇୱା ଗାଡି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ରୁତ ଗତିରେ ବାଲି ପରିବହନ କରିବା ଦ୍ୱାରା ଏହି ରାସ୍ତାରେ ସାଧାରଣ ଲୋକେ ଯିବାକୁ ଭୟ କରୁଛନ୍ତି । ରାସ୍ତାର ଅଣା, ଡଙ୍କୁରୀ, ବଡରମ୍ପାସ, ଟୁକୁଣା, ସିମିଳିଅ÷ା ଆଦି ଗ୍ରାମରେ ରାସ୍ତା କଡରେ ସ୍କୁଲ ଗୁଡିକ ଥିବାରୁ ଏହି ରାସ୍ତାଦେଇ କୁନି କୁନି ଛୁଆମାନେ ସ୍କୁଲକୁ ଯାତାୟତ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ଦେଖା ଦେଉଛି । ତେଣୁ ସ୍କୁଲ ସମୟରେ ବାଲି ପରବହନ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


