ଅନର କିଲିଂ ନୁହେଁ ଅପରାଧ
ମିଶର ଓ ସିରିଆରେ ଅନରକିଲିଂ ଅପରାଧ ପରିସରଭୁକ୍ତ ନୁହେଁ । ଏଠାରେ ପ୍ରତିବର୍ଷ ଅନେକ ଘଟଣା ଘଟିଥାଏ । ତେବେ ଘରର ସମ୍ମାନ ପାଇଁ କରାଯାଉଥିବା ଅନର କିଲିଂ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଏଠାରେ ବିବେଚନା କରାଯାଇଥାଏ । ମିଶରରେ କୌଣସି ମହିଳା ଅନ୍ୟ କାହା ସହିତ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲେ ତାଙ୍କୁ ହତ୍ୟା କରିବା ଦୋଷାବହ ନୁହେଁ । ଏହା ଦ୍ୱାରା ସମାଜ ତଥା ଘରର ମଙ୍ଗଳ ହୋଇଥାଏ ବୋଲି କୁହାଯାଇଥାଏ ।


