ଅନଲାଇନରେ ଭିନ୍ନକ୍ଷମଙ୍କ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଣିକି ଅନଲାଇନ ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନାମ ଲେଖା କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପୋର୍ଟାଲ ଆରମ୍ଭ କରାଯାଇଛି । ରାଜ୍ୟରେ ଥିବା ୧୦୩ଟି ସ୍ୱତନ୍ତ୍ର ସ୍କୁଲକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ବେଳେ ନାମଲେଖା ପାଇଁ ଗହଳି ନହେବାକୁ ଏହି ବ୍ୟବସ୍ଥା କରାଯାଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଆଶୋକ ପଣ୍ଡା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ