ଆସନ୍ତାକାଲି ସିବିଏସଇ ଦଶମ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ବୁଧବାର ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗତକାଲି କରୋନା ମହାମାରୀ ଭିତରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ପ୍ରକାଶଯେ, ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଭିତରେ ସିବିଏସଇର କିଛି ପରୀକ୍ଷା ହୋଇଥିବାବେଳେ କିଛି ସ୍ଥଗିତ ହୋଇଥିଲା । ପରବର୍ତ୍ତୀ ସମୟରେ ଜୁଲାଇ୧ରୁ ୧୫ ଭିତରେ ପରୀକ୍ଷା ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ମାର୍କକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡ଼ିକର ମାର୍କ ଦିଆଯିବାକୁ ସ୍ଥିର ହୋଇଥିଲା । ସେହି ହିସାବରେ ସେମାନଙ୍କୁ ମାର୍କ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ