ଗଜପତି ଜିଲ୍ଲାରେ ପୁଣି୨୯ଜଣ ପଜିଟିଭ୍, ସଂଖ୍ୟା ଛୁଇଁଲା୬୪୦ରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-କରୋନା କବ୍ଜାରେ ଗଜପତି ଜିଲ୍ଲା ଦିନକୁ ଦିନ କବଳିତ ହୋଇ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଜଣେ କରୋନା ଯୋଦ୍ଧା ଭୁବନେଶ୍ୱର ଠାରେ ମୃତ୍ୟୁବରଣ କରିଛନ୍ତି । ଏହି ୨୯ ଜଣକୁ ମିଶାଇ ସଂଖ୍ୟା ୬୪୦ରେ ପହଞ୍ଚିଛି । ଏହି ୨୯ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୫ଜଣ,ଗୁମ୍ମା ବ୍ଲକର ୫ଜଣ, ଗୋଷାଣୀ ବ୍ଲକର ଜଣେ,କାଶୀନଗର ବ୍ଲକର ୬ଜଣ ଏବଂ ରାୟଗଡ ବ୍ଲକରୁ ୧୨ଜଣ ବୋଲି ସୁଚନା ମିଳିଛି । ଏମାନଙ୍କ ବୟସ ୧୨ରୁ ୬୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଏମାନେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରିଛନ୍ତି । ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


