୮୦ ଲିଟର ଦେଶୀ ମଦ ଜବତ: ୨ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନୀରିକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ବନ୍ତ ଥାନା ଅଧିନ ଟିଲୋ ଓ ରାଧାନଗର ଗ୍ରାମରେ ଚଢାଉ କରାଯାଇ ୮୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଟିଲୋ ଗ୍ରାମର ଅନିରୁଦ୍ଧ ଧଳ ଓ ରାଧାନଗର ଗ୍ରାମର ରମେଶ ଜେନାଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ.ଆଇ ପ୍ରହଲ୍ଳାଦ ସାମଲ, ଦୀପକ ରାଉତ, କନେଷ୍ଟବଳ ରମେଶ ନାୟକ, ଅଜିତ୍ କୁମାର ସିଙ୍କୁ, ସତ୍ୟରଞ୍ଜନ ସେଠୀ, ମିଥୁନ ଜେନା, ରଶ୍ମିରେଖା ଜେନା ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୨ ମାମଲା ରୁଜ୍ଜୁ ହୋଇଛି ।


