ଅନୁଭବ ଙ୍କୁ ନେଇ ବଢୁଛି ଅସନ୍ତୋଷ
(ଯୁଗାବ୍ଦ ନ୍ୟୁଜ)କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡା ଠାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ତାଛଲ୍ୟ ଓ ଦୁଃବ୍ୟବହାର କରିବା ଘଟଣାକୁ ବୁଧବାର ଦିନ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ସାମ୍ବାଦିକ ମାନେ ମିଳିତ ପ୍ରତିବାଦ କରିବା ସହ ଶାସକ ଦଳର ସାଂସଦଙ୍କ ଏତାଦୃଶ କାର୍ଯ୍ୟକୁ ଦୃଡ ନିନ୍ଦା କରି ତାଙ୍କ କୁଶପୁଳିକା ଦାହ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାଂସଦ ଶ୍ରୀ ମହାନ୍ତିଙ୍କୁ ବରଖାସ୍ତ କରିବା ଓ ଶ୍ରୀ ମହାନ୍ତି ଯଥାଶୀଘ୍ର ସାମ୍ବାଦିକଙ୍କୁ କ୍ଷମାମାଗନ୍ତୁ ବୋଲି ଦାବି କରାଯାଇଛି। ଏହି ପ୍ରତିବାଦ ସଭାରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତକୁମାର ପୃଷ୍ଟି ,ସମରେନ୍ଦ ମାହାଲା, ପ୍ରମୋଦ କୁମାର ଜେନା, ଭାରତ ଭୂଷଣ ପଣ୍ଡା, ମନମୋହନ ରାଉତ,ବସନ୍ତ କୁମାର ପଲେଇ, ହେମଶ ଜେନା, ମାନସ ରାଉତ, ତ୍ରୈଲୋକ୍ୟ ନାୟକ, ଉତ୍କଳ କେଶରୀ ପ୍ରଧାନ, ମନୋଜ କୁମାର ରାଉତଙ୍କ ସହ ବହୁ ସାମ୍ବାଦିକ ଯୋଗଦେଇଥିଲେ ।


