ଅନୁଷ୍ଠାନପ୍ରେମୀ ସୁରେନ୍ଦ୍ର ଧଳଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ଅନୁଷ୍ଠାନପ୍ରେମୀ ତଥା ଅବୈତନିକ ଶିକ୍ଷକ ସୁରେନ୍ଦ୍ର ଧଳ(୭୯)ଙ୍କର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ଘରୋଇ ଚିକିତ୍ସାରେ ଥିଲେ । ପୂର୍ବରୁ ସେ ତାଳପଦାସ୍ଥିତ ସାବିତ୍ରୀ ଦେବୀ ବିଦ୍ୟାଳୟରେ ଅବୈତନିକ ଶିକ୍ଷକ ଥିବା ସହ ବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ । ଏଥିସହ ସେ କିଛି ଦିନ ଧରି ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ସମୟରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।


