ଅନ୍ତଃନଦୀ ଜଳାଶୟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ସାନ ଗରଗାଁ ନିକଟରେ ଧନେଇ ନଦୀରେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନ୍ତଃନଦୀ ଜଳାଶୟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମିପୂଜା କାର୍ଯ୍ୟକ୍ରମ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟଙ୍କ ଦ୍ଵାରା ମଇ ୦୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ କୁମାର ମିଶ୍ର, ଏବଂ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ଅଶ୍ଵିନ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ବିଭୂଦତ୍ତ ପଣ୍ଡା ଓ ବ୍ରହ୍ମପୁର ଜଳସେଚନ ପ୍ରଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ଜୟଦୀପ ପଣ୍ଡା ଯୋଗ ଦେଇଥିଲେ । ଧନେଇ ନଦୀରେ ୨୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଅନ୍ତଃନଦୀ ଜଳାଶୟ ନିର୍ମାଣ କାର୍ଯ୍ୟକୁ ଗୁଜରାଟର ରଞ୍ଜିତ ବିଲଡ଼ କମ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଏହା ୨୦୨୪ ଜାନୁୟାରୀ ମାସରେ ସମାପ୍ତ ହେବାକୁ ଧାର୍ଯ୍ୟ ହୋଇଛି। ଏହା ନିର୍ମାଣ ହେବାଦ୍ୱାର ସାନ ବରଗାଁ, ନିମିନା, ମାଳତେନ୍ତୁଳିଆ ଓ ମଧୂପଲ୍ଲୀ ଗ୍ରାମର ଜଳସ୍ତର ଉଚ୍ଚକୁ ଆସିବା ଦ୍ୱାରା ଜଳକଷ୍ଟ ଦୁରହେବା ସହ ପଶୁପକ୍ଷୀ ମାନେ ପିଇବାକୁ ପାଣି ପାଇପାରିବେ। ଏଥିସହ କୃଷକମାନେ ଉଠା ଜଳସେଚନ ମାଧ୍ୟମରେ ଫସଲ ଚାଷ କରିପାରି ନିଜର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିବେ। କାର୍ଯ୍ୟକ୍ରମକୁ ଧନେଇ ଡ୍ୟାମର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ