ଛାତ୍ର ବିଜେଡି ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ସହର ମୁଖ୍ୟ ସଡ଼କ ପାର୍ଶ୍ଵରେ ପୋଲସରା ବ୍ଲକ ଓ ନଗର ଛାତ୍ର ବିଜେଡି ପକ୍ଷରୁ ମଇ ୦୨ ତାରିଖ ଦିନ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି । ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ର କେନ୍ଦ୍ରରେ ଦହିପାଣି ଓ ବିଶୁଦ୍ଧ ଥଣ୍ଡା ପାଣି ବଣ୍ଟନର ଶୁଭାରମ୍ଭ କରି ଉଦଘାଟନ କରିଥିଲେ। ପୋଲସରା ନଗର ଯୁବ ବିଜେଡି ସଭାପତି ତଥା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏବଂ ବ୍ଲକ ଛାତ୍ର ବିଜେଡି ସଭାପତି ସମୀର ଭୂୟାଁ ଓ ନଗର ଛାତ୍ର ବିଜେଡି ସଭାପତି ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗ୍ରୀଷ୍ମ ଋତୁରେ ପ୍ରତିଦିନ ଏହିପରି କାର୍ଯ୍ୟକ୍ରମ ଚାଲୁରହିବ। ଜଳଛତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ବ୍ଲକ ବିଜେଡି ସମ୍ପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାଶ, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ପ୍ରମୁଖଙ୍କ ସମେତ ବହୁ କାଉନସିଲର ଓ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ