ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍‌- ଏ ଏଣ୍ଡ ଏସ୍ କୋଲକତା, ଟାଟା ସ୍ପୋଟ୍ସ ମୁମ୍ବାଇ ବିଜୟୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଶୁକ୍ରବାର ଠାରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ୨୭ତମ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍‌ର ବୁଧବାର ୬ଷ୍ଠ ଦିବସର ପ୍ରଥମ ମ୍ୟାଚ୍ ସେଣ୍ଟ୍ରାଲ ଡିଫେନ୍ସ ଦିଲ୍ଲୀ ଓ ଏ ଏଣ୍ଡ ଏସ୍ କୋଲକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡିଫେନ୍ସ ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକତା ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ୍ ହରାଇ ୭୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅରୁଣ ଚପରାନା ୪୩ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ଶିବମ୍ ଶର୍ମା ୩ଟି ଉଇକେଟ୍ ନେଇଥିଲେ । ଡିଫେନ୍ସ ଦିଲ୍ଲୀ ୧୦ ଓଭରରେ ୪ ଉଇକେଟ୍ ହରାଇ ୭୯ ରନ୍ କରିଥିଲା । ଦଳ ପକ୍ଷରୁ ପୁନିତ୍ ମେହେର ୧୮ ଓ ନମାନ୍ ଶର୍ମା ୧୫ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ଆଇପିଏଲ ଖେଳାଳୀ ଦୀପକ ପୁନିଆ ୧ଟି ଉଇକେଟ୍ ନେଇଥିଲେ । ପରେ ଏକ ସୁପର ଓଭରରେ କୋଲକତାର ରୋମାଞ୍ଚକର ବିଜୟ ହୋଇଥିଲା । ଏହି ସୁପର ଓଭରରେ ଡିଫେନ୍ସ ଦିଲ୍ଲୀ ୧୦ ରନ୍ କରିଥିବା ବେଳେ କୋଲକତାର ଅରୁଣ ଚପରାନା ଦଳକୁ ବିଜୟୀ କରିଥିଲେ । ବିଜୟୀ ଦଳର ଅରୁଣ ଚପରାନାଙ୍କୁ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଆର.ଏନ୍‌.ଟି. ପ୍ରଦତ୍ତ ଟିକୁ ସ୍ୱାଇଁଙ୍କ ସ୍ମୃତିରେ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ଅତିଥି ଅନାଦି ଚରଣ ଓଝା, ପ୍ରଗତିକୃଷ୍ଣ ବେହେରା, ଅଭିମନ୍ୟୁ ଲେଙ୍କା, ଅଞ୍ଜନ କର ପ୍ରଦାନ କରିଥିଲେ । ସେହିପରି ୨ୟ ମ୍ୟାଚ୍ ଟାଟା ସ୍ପୋଟ୍ସ କ୍ଲବ ମୁମ୍ବାଇ ଓ ବି.ସି.ଏ ବାଙ୍ଗଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟାଟା ସ୍ପୋଟ୍ସ କ୍ଲବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବି.ସି.ଏ ବାଙ୍ଗ୍‌ଲାଦେଶ ନିର୍ଦ୍ଧାରିତ ୮ ଓଭରରେ ୮ ଉଇକେଟ ହରାଇ ୪୩ ରନ୍ କରିଥିଲା । ଦଳ ପକ୍ଷରୁ ସତାୟାତ୍ ୧୩ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ନିଖିଲ ଦତ୍ତ ୬ ଉଇକେଟ ନେଇଥିଲେ । ଟାଟା ସ୍ପୋଟ୍ସ କ୍ଲବ ୫.୧ ଓଭରରେ ଗୋଟିଏ ଉଇକେଟ ହରାଇ ୪୫ ରନ୍ କରିଥିଲା । ଦଳ ପକ୍ଷରୁ କୌସ୍ତଭ ପାୱାର ୧୯ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଜାହାରୁଲ୍ ଗୋଟିଏ ଉଇକେଟ ନେଇଥିଲେ । ଟାଟା ସ୍ପୋଟ୍ସର ନିଖିଲ ଦତ୍ତଙ୍କୁ ଲୋକନାଥ ଫ୍ଲେକ୍ସ ପ୍ରିଣ୍ଟିଂ ପ୍ରଦତ୍ତ ଭୋଳାନାଥ ବେହେରାଙ୍କ ସ୍ମୃତିରେ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ଅତିଥି ଆସୋସିଏସନର ଉପସଭାପତି ମାନସ ରଞ୍ଜନ ସ୍ୱାଇଁ, ରଘୁନାଥ ଚଣ୍ଡ, ନାରାୟଣ ସାହୁ ପ୍ରଦାନ କରିଥିଲେ । ଉଭୟ ମ୍ୟାଚ୍‌କୁ ଅମ୍ପାୟର ରଞ୍ଜନ ମହାନ୍ତି, ସେକ୍ ୟାକତ୍ ଅଲ୍ଲୀ ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରୀ ଭାବେ ଇଂ.ସୁଧାଂଶୁ ଶେଖର ନାୟକ, ଭାଷ୍ୟକାର ଭାବେ ପି.ଏଲ.ଶେଖର, ସଞ୍ଜୟ ମଜୁମଦାର, ନାରାୟଣ ସାହୁ, ଆଝାରୁଦ୍ଦିନ୍‌, ସ୍କୋରର ଭାବେ ସୂଚୀବ୍ରତ ରାଉତ, ବାପିନ ବେହେରା, ଡିଜିଟାଲ ଅନଲାଇନ୍ ସ୍କୋରର ଭାବେ ଅକ୍ଷୟ ରେଡି, ଜଗତେଜ୍ ସିଂ ଦାୟୀତ୍ୱ ତୁଲାଇ ଥିଲେ । ଗୁରବାରର ପ୍ରଥମ ମ୍ୟାଚ୍ ଏୟାର ଇଣ୍ଡିଆ ମୁମ୍ବାଇ ବନାମ ସେଣ୍ଟ୍ରାଲ ଡିଫେନ୍ସ ଦିଲ୍ଲୀ ଏବଂ ୨ୟ ମ୍ୟାଚ୍ ମଧ୍ୟରେ ବିଶାଖାପାଟଣା ରେଲୱେ ବନାମ ଚିଟାଗଙ୍ଗ ବାଙ୍ଗ୍‌ଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଓ ସମ୍ପାଦକ ଅସିତ କର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ