ଅନ୍ୟ ସମ୍ପ୍ରଦାୟର ପରିବାରଙ୍କୁ ଚିକିତ୍ସା ସେବା ଯୋଗାଇବା ଯୋଗୁଁ ଆଶାକର୍ମୀଙ୍କୁ ବାସନ୍ଦ,୫ ହଜାର ଜରିମାନା

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):  ଭିନ୍ନ ସମ୍ପ୍ରଦାୟର ପରିବାରକୁ ଚିକିତ୍ସା ସେବା ଯୋଗାଇବାରୁ ଗଜପତିରେ ଆଶାକର୍ମୀଙ୍କୁ ସାମାଜିକ ବାସନ୍ଦ କରାଯିବା ସହ 5 ହଜାର ଟଙ୍କା ଜରିମାନା ଦଣ୍ଡ ବିଧାନ କରାଯାଇଥିବା ଅଭାବନୀୟ ଦୁଃଖଦ ଖବର ହସ୍ତଗତ ହୋଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ସୁନନ୍ଦିନୀ ମିଶାଲ ଆଶାକର୍ମୀ ଭାବେ ସେଠାରେ କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆଶାକର୍ମୀଙ୍କ କାର୍ଯ୍ୟ ଅଟେ. ହେଲେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପନ୍ନରେ ଅନ୍ୟ ଏକ ଭିନ୍ନ ସମ୍ପ୍ରଦାୟ ପରିବାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା କରିବାକୁ ଯାଇ ନିଜ ସମ୍ପ୍ରଦାୟ ଦ୍ୱାରା ସାମାଜିକ ବାସନ୍ଦ ହେବା ସହ ଅର୍ଥ ଦଣ୍ଡ ଓ ବିଭିନ୍ନ ଧମକ ଦିଆ ଯାଉଥିବା ଅଭିଯୋଗ ହୋଇଛି. ଗଜପତି ଜିଲ୍ଲାର ରାୟଗଡ଼ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେ ବାଧ୍ୟ ହୋଇ ଜିଲ୍ଲା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି. ଗଜପତି ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ଘଟଣା ନେଇ ଏସ୍‌ଡିପିଓଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁନନ୍ଦିନୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ଯେଉଁ ସାହିରେ ସେଠି ରହୁଥିବା ଭିନ୍ନ ସମ୍ପ୍ରଦାୟର ପରିବାରକୁ ସେ ଔଷଧ, ଇଞ୍ଜେକ୍‌ସନ୍ ଆଦି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ତେବେ ଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସ‌ହ କାହିଁ କି କଥା ହେଉଛ, କାହିଁକି ସେମାନଙ୍କ ଘରକୁ ଯାଉଛି, କାହିଁକି ଫୋନ୍‌ରେ ଯୋଗାଯୋଗ କରୁଛ ବୋଲି କହି ୪ ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନେତୃତ୍ବରେ ସାହିର କିଛି ଲୋକ ତାଙ୍କୁ ବାସନ୍ଦ କରିଛନ୍ତି । ତାଙ୍କ ଉପରେ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ଦିଆ ଯାଇଥିଲା. ଏଥିରେ ତାଙ୍କ ସ୍ବାମୀ ବିଜିଝିକଲ ମିଶାଲ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ଦେବା ସତ୍ତ୍ୱେ ତାଙ୍କୁ କିମ୍ବା ସ୍ବାମୀଙ୍କୁ ଧାର୍ମିକ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରାଯାଉନି। ତାଙ୍କ ସହ କେହି କଥା ହେଉନାହାନ୍ତି କିମ୍ବା ସାହିର କୌଣସି କାର୍ଯ୍ୟକୁ ଡକଯାଉନି। ଓଲଟି ଚାକିରି ନେଇଯିବେ ବୋଲି ଧମକ ଦେଉଥିବା ସୁନନ୍ଦିନୀ ଅଭିଯୋଗ କରିଛନ୍ତି. ସମ୍ପୃକ୍ତ ଘଟଣା ନେଇ ଗଜପତି ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ