ବ୍ଲକ ଶିକ୍ଷା ଅଧିକାରୀଙ୍କ ମନମାନି, ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ

ହାଟଡ଼ିହି(ଓ୍ବାଇଏନଏସ):  କେନ୍ଦୁଝର ଜିଲ୍ଲାର ବହୁ ପ୍ରତିକ୍ଷିତ ପଦୋନ୍ନତି ପ୍ରକ୍ରିୟାକୁ ନେଇ ଦୀର୍ଘ ପାଞ୍ଚବର୍ଷ ଧରି ଚାଲିଥିବା ଅନିଶ୍ଚିତତାର ଅବସାନ ଘଟିଛି । ଜିଲ୍ଲା ଶିକ୍ଷାଧୂକାରୀଙ୍କ କାର୍ଯ ପକ୍ଷରୁ ପତ୍ରାଙ୍କ ସଂଖ୍ୟା-୭୬୦୦, ତା୨୨/୦୬/୨୦୨୬ ରିଖରେ ଅସ୍ଥାୟୀ ଗ୍ରେଡେସନ ତାଲିକା  ପ୍ରକାଶ ପାଇବା ପରେ ଶିକ୍ଷକ ମହଲରେ ଆସ୍ଵସ୍ତିର ପରିବେଶ ସୃଷ୍ଟି ହୋଇଛି । ଉକ୍ତ ପତ୍ରାଙ୍କ ଅନୁସାରେ ପ୍ରତ୍ୟେକ ବ୍ଲକରେ ଅସ୍ଥାୟୀ ଗ୍ରେଡେସନ ତାଲିକା ସାର୍ବଜନୀନ କରାଯାଇଛି । ଯଦି କୌଣସି ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କର ଲିପିବଦ୍ଧ ହୋଇଥିବା ତ‌ଥ୍ୟ ଉପରେ ଅଭିଯୋଗ କିମ୍ବା ନିମ୍ବା ତଥ୍ୟର  ପରିବର୍ତନ କରାଯିବାକୁ ଥୂବ, ତେବେ ଉକ୍ତ ଶିକ୍ଷକର ସେବାପୁସ୍ତିକା କିମ୍ବା ସଠିକ ତଥ୍ୟ ପ୍ରମାଣପତ୍ର ପଇଠ କରିବାକୁ ନିର୍ଦ୍ଦେଶ ଅଛି । ଜିଲ୍ଲା ଶିକ୍ଷାଧୂକାରୀ କେନ୍ଦୁଝରଙ୍କ ନିର୍ଦ୍ଦେଶକୁ ଅନ୍ୟ ବ୍ଲକ ଗୁଡିକ ଗ୍ରହଣ କରିଥିବା ବେଳେ ହାଟଡ଼ିହି ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ବ୍ଳକ ଶିକ୍ଷା ଅଧିକାରୀଙ୍କ ପତ୍ରାଙ୍କ ସଂଖ୍ୟା-୨୦୮୭,ତା୦୧/୦୭/୨୦୨୬ରିଖରେ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ପତ୍ରାଙ୍କ ସହିତ ସମସ୍ତ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ୍ ଓ ଏହାର ଏକକିତା ଅବିକଳ ନକଲ ଆଣି ପଇଠ କରିବା ସହିତ ଦସ୍ତଖତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ବ୍ଲକଶିକ୍ଷାତ୍‌କାରୀ  ନିଜର କିଛି ଅନୁଗତ ଶିକ୍ଷକମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲି କରିବା ଓ ସେମାନଙ୍କ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନକୁ  ବାଧାପ୍ରାପ୍ତ କରିବା କେତେଦୂର ସମୀଚୀନ ବୋଲି ପ୍ରଶ୍ନ ଉଠିଛି।  ବ୍ଲକଶିକ୍ଷାଧିକାରୀଙ୍କ ଏଭଳି ମନୋମୁଖୀ କାର୍ଯ୍ୟକଳାପରେ ବ୍ଲକ ଶିକ୍ଷକ ସଂଘ ସହିତ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଉଚ୍ଚ କତୃପକ୍ଷ ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ