ଅପରେସନ୍ ପରୀ-୩ଗଂଜାମ ପୁଲିସ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଛତ୍ରପୁର, ,(ଯୁଗାବ୍ଦ ନ୍ୟୁଜ୍) : ଛୋଟ ଶିଶୁ ମାନେ କିପରୀ ସୁରକ୍ଷିତ ରହିବେ, ରାକ୍ଷସ ମାନଙ୍କ କବଳ ରୁ ରକ୍ଷା ପାଇବା ସହ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ କିପରି ମୁକ୍ତ କରାଯାଇ ଠିକ୍ ସ୍ଥାନରେ ପହଞ୍ଚାଇବା ସହ ସେମାନଙ୍କୁ କିପରି ଉତ୍ତମ ଶିକ୍ଷା ଦେଇ ଏକ ସାଧାରଣ ଜୀବନଯାପନ ଯୋଗାଇ ଦିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅପରେସନ୍ ପରୀ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପୁଲିସ ବିଭାଗ ସହ ଅନ୍ୟ ଶିଶୁ ସୁରକ୍ଷା ସଂସ୍ଥାମାନେ ମିଶି ପରିଚାଳନା କରୁଛନ୍ତି । ଚଳିତ ବର୍ଷ ଗଂଜାମ ପୁଲିସ ଜିଲ୍ଲାରେ ଜୁଲାଇ ୩୦ ଠାରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଜାରି ରହିବ ଅପରେସନ୍ ପରୀ-୩ । ଏହି ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଏସପିଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ୧୫ଦିନ ମଧ୍ୟରେ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ହଜିଯାଇଥିବା ପିଲାଙ୍କୁ ଖୋଜିବାର ଅଭିଯାନ ଆରମ୍ଭ କରାଯିବା । ଗଂଜାମ ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘’ ଅପରେସନ୍ ପରୀ-୩’’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଏକ ପରୀ ଗାଡି ବୁଲିବା ସହ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ । ସମସ୍ତ ଥାନା ଅଂଚଳରେ ହଜିଯାଇଥିବା ପିଲାଙ୍କ ରିପୋର୍ଟ ହୋଇଥିବ ସେମାନଙ୍କୁ ଖୋଜିବା ସମୟରେ ଯେଉଁ ପିଲାମାନେ ବାପା ମାଆଙ୍କ ଠାରୁ ଅଲଗା ହୋଇ ବିଭିନ୍ନ ଦୋକାନ, ହୋଟେଲ, ଢାବା, କାଜୁ ଫ୍ୟାକ୍ଟ୍ରି, ଇଟାଭାଟି ଥିବେ ସେମାନଙ୍କ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରାଯାଇ ସେମାନଙ୍କୁ ସେମାନଙ୍କ ବାପା ମାଅ ଏବଂ ପରିବାର ଲୋକଙ୍କ ପାଖକୁ ଛଡାଯିବ । । ପରେ ସେମାନଙ୍କୁ ଠିକ୍ ଭାବେ ରିହାବିଲିଟେସନ୍ ସ୍ମିମ୍ ରେ ରଖାଯାଇ ସେମାନଙ୍କ ଭବିଷ୍ୟତ କିପରି ଠିକ୍ ଭାବେ ଯିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଥିଲା । ଏହାସହ ନିକଟସ୍ଥ ସେଲଟର ହୋମ ଗୁଡିକକୁ ମଧ୍ୟ ପଠାଯିବ । ସେଠାରେ ସେମାନଙ୍କ ରହିବା, ଖାଇବା ଏବଂ ପାଠ ପଢା ଠିକ୍ ଭାବେ ହେଉଛି କି ନାହାିଁ ଏସଂପର୍କ ରେ ମଧ୍ୟ ନୀୟମିତ ତଦାରଖ କରାଯିବ । ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଥିବା ବାଳ ଶ୍ରମିକ ମାନେ ବର୍ତ୍ତମାନେ କେମିତି ରହୁଛନ୍ତି । ସେମାନେ ପାଠ ପଢୁଛନ୍ତି ନା ପୁଣି ପରିବାର ଲୋକ ସେମାନଙ୍କୁ ବିଭିନ୍ନ ଶ୍ରମ କାମରେ ନିୟୋଜିତ କରୁଛନ୍ତି । ଏ ସମ୍ବନ୍ଧରେ ଗଠନ ହୋଇଥିବା ଟିମ୍ ୍ଯଥା ଶ୍ରମ ବିଭାଗ, ଶିଶୁ ସୁରକ୍ଷା, ସମାଜ ମଙ୍ଗଳ ବିଭାଗ, ବେସରକାରୀ ଥିବା ବିଭିନ୍ନ ଏନଜିଓ ସଂସ୍ଥା, ଶିଶୁ କଲ୍ୟାଣ, ଚାଇଲ୍ଡ ଲାଇନ ସମନ୍ୱୟ ରକ୍ଷା ଏହାକୁ ନୀୟମିତ ତଦାରଖ କରି ପରିଚାଳନା କରିବେ ବୋଲି ବୈଠକରେ ଆଲୋଚନା ହୋଇଛି । ଏହି ପ୍ରସ୍ୁତି ବୈଠକରେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ, ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ, ପୁରୋଷତ୍ତମପୁର ଏସଡିପିଓ ନିମାଇଁ ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା କାଯ୍ୟାଳୟ ର ଅଧିକାରୀ ମାନେ, ଶିଶୁ କଲ୍ୟାଣ ସଂସ୍ଥା, ବିଭିନ୍ନ ବେସରକାରୀ ଶୁଶୁ ସୁରକ୍ଷା ସଂସ୍ଥାର କର୍ମକର୍ତ୍ତା ଏବଂ ଗଂଜାମ ପୁଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ଉଚ୍ଚପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ