ଅପହଞ୍ଚ ଇଲାକାରେ ବିକାଶର କିରଣ; ମାଓ ପ୍ରଭାବିତଙ୍କୁ ମିଳିଲା ମୋବାଇଲ୍‍ ସେବା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମାଓ ଅଞ୍ଚଳବାସୀ ପାଇଲେ ମୋବାଇଲ୍‍ ସେବା। କନ୍ଧମାଳ ଜିଲାର ଏକ ଅପହଞ୍ଚ ଓ ସୀମାନ୍ତରେ ଅବସ୍ଥିତ ଫିରିଙ୍ଗିଆ ବ୍ଳକର ସୁମେରୁବନ୍ଧ ପଞ୍ଚାୟତ ବାସୀ ମୋବାଇଲ ସେବା ପାଇଛନ୍ତି। ନୂତନ ଭାବେ ଏହି ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ପଞ୍ଚାୟତବାସୀ ବଞ୍ଚିତ ରହିଛନ୍ତି। ୧୧ ଟି ୱାର୍ଡ଼କୁ ନେଇ ଗଠିତ ଏହି ନୂତନ ପଞ୍ଚାତୟତକୁ ୪ ବର୍ଷ ବିତି ଯାଇଛି। ଆଜି ପର୍ଯ୍ୟନ୍ତ  ନିର୍ମାଣ ହୋଇ ପାରିନି ପଞ୍ଚାୟତ ଗୃହ। ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ। କେବଳ ସେତିକି ନୁହେଁ , ଏହି ଅପହଞ୍ଚ ଇଲାକାରେ ମାଓ ଭୟ ଯୋଗୁ ଆଜି ପର୍ଯ୍ୟନ୍ତ  ପଡ଼ିନାହିଁ ବଡ଼ବଡ଼ିଆଙ୍କ ପାଦ । ସୀମାନ୍ତରେ ଥିବା ଉକ୍ତ ପଞ୍ଚାୟତରେ ମୋବାଇଲ୍‍ ସେବା ପାଇଁ ଦୀର୍ଘଦିନ ହେଲା ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଶେଷରେ ତାହା ସଫଳ ହୋଇଛି। ବ୍ଳକ ପ୍ରଶାସନ, ପଞ୍ଚାୟତ ଓ ବି.ଏସ୍‍.ଏନ୍‍.ଏଲ୍‍ କର୍ତ୍ତୃପକ୍ଷଙ୍କ ସହଯୋଗରେ ଆଜି ପଞ୍ଚାୟତବାସୀଙ୍କ ସେବାରେ ଉତ୍ସର୍ଗ ହୋଇଛି ମିନି ଟାୱାର। ଏଥିପାଇଁ ଅଞ୍ଚଳବାସୀ ଙ୍କ ମନରେ ହସ ଫୁଟିଛି। ମୋବାଇଲ ସେବା ଉଦ୍‍ଘାଟନ କାର୍ଯ୍ୟକ୍ରମ ରେ ଜିଲା ଟେଲିକମ ଅଧିକାରୀ ସୁରେଶକୁମାର ସାହୁ, ଟେଲିକମ ଏସଡିଓ ଅକ୍ଷୟକୁମାର ବେହେରା , ସନ୍ତୋଷକୁମାର ସେଠୀ , କୁନ୍ଦନକୁମାର ସେଠୀ ଓ ମନୋଜ ପଟ୍ଟନାୟକ, ସମିତିସଭ୍ୟ ଇନ୍ଦ୍ରଜିତ କହଁର, ୱାର୍ଡ଼ମେମ୍ବର ଜନକ କହଁର, ସ୍ୱେଚ୍ଛାସେବୀ ସଲମନ ଦିଗାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ସୁମେରୁବନ୍ଧ ପଞ୍ଚାୟତ ଦୀର୍ଘଦିନ ଧରି ମାଓବାଦୀଙ୍କ କବଜାରେ ରହିଛି। ଗତ ଦିନରେ ଉକ୍ତ ପଂଚାୟତରେ ଅନେକ ଘଟଣା ଘଟିଥିଲା। ଗତ ସାଧାରଣ ନିର୍ବାଚନ ସମୟରେ ଉକ୍ତ ପଂଚାୟତରେ ଏକ ପୋଲିଂ ଗାଡିକୁ ମାଓବାଦୀମାନେ ପୋଡି ଦେବା ସହ ଜଣେ ଠିକାଦାରଙ୍କୁ ହତ୍ୟା କରିଥିଲେ। ମାଓ ଭୟରେ ଆଜି ପର୍ଯ୍ୟନ୍ତ  ପଞ୍ଚାୟତବାସୀ ଅନେକ ମୌଳିକ ସେବା ପାଇବାରୁ ଏକ ପ୍ରକାର ବଞ୍ଚିତ ହେଉଥିବା ବେଳେ ଶେଷରେ ମୋବାଇଲ୍‍ ସେବା ପାଇଛନ୍ତି । ଦୀର୍ଘଦିନ ହେଲା ଉକ୍ତ ବୋବାଇଲ୍‍ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ଗୋଟିଏ ପଟେ କରୋନା ଭୟ ଓ ଅନ୍ୟପଟେ ମାଓବାଦୀ ଭୟ ଯୋଗୁଁ ତାହା ଲୋକଙ୍କ ସେବାରେ ଲାଗିପାରିନଥିଲା। ମୋବାଇଲ ସେବା ଉଦ୍‍ଘାଟନ ବେଳେ କୌଣସି ବ୍ଳକସ୍ତରୀୟ ଅଧିକାରୀ ଏପରିକି ଖୋଦ୍‍ ପଞ୍ଚାୟତ ସରପଞ୍ଚ ମଧ୍ୟ ଅନୁପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ