କନ୍ଧମାଳ: ଛାତ୍ର ବିଜେଡ଼ିର ବ୍ଳକ ସ୍ତରୀୟ ସଭାପତିଙ୍କ ନାମ ଘୋଷଣା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ସମସ୍ତ ୧୨ ଟି ବ୍ଳକର ଛାତ୍ର ବିଜେଡ଼ିର ସଭାପତି ସମେତ ତିନୋଟି ପୌର ପରିଷଦର ସଭାପତିଙ୍କ ନାମ ବୁଧବାର  ସନ୍ଧ୍ୟାରେ ଘୋଷଣା ହୋଇଛି। ରାଜ୍ୟ ସଭାପତି ଦେବି ରଂଜନ ତ୍ରିପାଠୀଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସ୍‍ ବିବୃତ୍ତି ପ୍ରକାରେ, ଫୁଲବାଣୀ ବ୍ଳକ ସଭାପତି ଭାବେ କମଳ ଲୋଚନା ଦେହୁରୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଖଜୁରିପଡ଼ା ବ୍ଳକ ସଭାପତି ଭାବେ ରବିନ୍ଦ୍ର କୁମାର ପ୍ରଧାନ, ଚକାପାଦ ବ୍ଳକ ସଭାପତି ଭାବେ ଆଶିଷ୍‍ କୁମାର ନାୟକ, ଫିରିଙ୍ଗିଆ ବ୍ଳକ ସଭାପତି ଭାବେ ହେମନ୍ତ ନାୟକଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଜି.ଉଦୟଗିରି ବ୍ଳକ ସଭାପତି ଭାବେ ଚିଟନ୍‍ ନାୟକ, ରାଇକିଆ ବ୍ଳକ ସଭାପତି ଭାବେ ରୋସନ ନାୟକ, ଦାରିଙ୍ଗବାଡ଼ି ବ୍ଳକ ସଭାପତି ଭାବେ ରୁପକ କୁମାର ସାହୁ, ଟିକାବାଲି ବ୍ଳକ ସଭାପତି ଭାବେ ପ୍ରମିସ୍‍ ଦିଗାଲ, ବାଲିଗୁଡ଼ା ବ୍ଳକ ସଭାପତି ଭାବେ ବ୍ରୋସଲିନ୍‍ ଦିଗାଲ, ତୁମୁଡ଼ିବନ୍ଧ ବ୍ଳକ ସଭାପତି ଭାବେ ନାରୟଣ ଚନ୍ଦ୍ର ଜ୍ୟୋତି ରଂଜନ ବଳିଆରସିଂ ଓ କ.ନୂଆଗାଁ ବ୍ଳକ ସଭାପତି ଭାବେ ଦେବବ୍ରତ ବିଶି ଏବଂ କୋଟଗଡ଼ ବ୍ଳକ ସଭାପତି ଭାବେ ଚନ୍ଦ୍ର ଶେଖର ବଡ଼ସେଠ୍‍ଙ୍କ ନାମ ଘୋଷଣା କରାଯାଇଛି। ଫୁଲବାଣୀ ପୌର ପରିଷଦର ଛାତ୍ର ବିଜେଡ଼ି ସଭାପତି ଭାବେ ସନ୍ଦିକ୍‍ କୁମାର ମହାନ୍ତି ଏବଂ ଜି.ଉଦୟଗିରି ଏନ୍‍ଏସି ସଭାପତି ଭାବେ ଅମିତ୍‍ କୁମାର ପ୍ରଧାନ ଓ ବାଲିଗୁଡ଼ା ଏନ୍‍ଏସି ସଭାପତି ଭାବେ ରାଜେଶ ଦିଗାଲଙ୍କ ନାମ ଘୋଷଣା କରାଯାଇଛି।ପ୍ରକାଶଯେ, ଏହାର କିଛିଦିନ ପୂର୍ବରୁ ଜିଲା ସଭାପତି ଭାବେ ସୁନିଲ୍‍ କୁମାର ସେଠୀଙ୍କ ନାମ ଘୋଷଣା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ