୩୪୫ ଏକର ଜମିରୁ ଗଞ୍ଜେଇ ଗଛ କାଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୨ଟି ଥାନା ଅଞ୍ଚଳରୁ  ୩୪୫ ଏକର ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି। ଫୁଲବାଣୀ ସଦର ଥାନା ଅଂଚଳରେ ଥିବା ଜାମୁଝରୀ ଗ୍ରାମ ପଂଚାୟତ ଅଂଚଳରେ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ ସେହି ଅଂଚଳରେ କରାଯାଇଥିବା ୧୭୦ ଏକର ଯାଗାରେ ବେଆଇନ ଗଞ୍ଜେଇ ଚାଷ ଗଛକୁ କାଟି ସେଠାରେ ନଷ୍ଟ କରାଯାଇଛି। ଫୁଲବାଣୀ ସଦର ଥାନା ଏସ.ଆଇ ସଞ୍ଜିବ ମହାନ୍ତିଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀଙ୍କ ସମେତ ୨ ପ୍ଲାଟୁନ ଶସସ୍ତ୍ର ପୁଲିସ ଏବଂ ଶ୍ରମିକଙ୍କୁ ନେଇ କରାଯାଇଥିବା ଏହି ଅଭିଯାନାରେ ଜାମୁଝରୀ ପାଂଚୟତ ଅଂଚଳର ବଙ୍ଗଳାସାହି, ବେଟନିପଡା, ଇରପିସରୁ ଏବଂ ଜାମୁଝରୀ ଅଂଚଳର ସଂରକ୍ଷିତ ଜଙ୍ଗଲ ଅଂଚଳରେ କରାଯାଇଥିବା ୧୭୦ ଏକର ଅଂଚଳର ଗଞ୍ଜେଇ ଚାଷକୁ କାଟିବା ସହିତ ସେଠାରେ ପୋଡି ନଷ୍ଟ କରାଯାଇଛି। ଏହି ସଂକ୍ରାନ୍ତ ରେ ସଦରଥାନାରେ ଏକ ମାମଲା ୧୦୯/୨୦୨୦ ରୁଜ୍ଜୁ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ଏକ କୋଟି ସତୁରି ଲକ୍ଷ ଟଙ୍କା ହେବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ସୂଚନା ଦେଇଛନ୍ତି। ସେହିଭଳି ବାଲିଗୁଡ଼ା ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଂଚାୟତର ତିଲପଙ୍ଗା ,ନିଲିପଦର ଓ ତେମାଙ୍ଗିି ଆଦି ଗ୍ରାମରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୭୫ ଏକର ଜମିରୁ ଗଂଜେଇ କାଟି ନଷ୍ଟ କରାଯାଇଥିବା ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୭ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ସୂଚନା ଦିଆଯାଇଥିବା ବେଳେ ଏନେଇ କେସ ନଂ ୨୧୧ା୨୦ରେ ଏକ ମାମଲା ରୁଜୁ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ