ଅବକାରୀ ଚଢଉ : ଗାଡି ସହ, ଦେଶୀମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସହରରେ ସଦର ଅବକାରୀ ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବ୍ୟସ୍ଥାକୁ ଜୋରଦାର କରାଯାଇଛି | ଏହି କ୍ରମରେ ଭ୍ରାମ୍ୟମାଣ ଅବକାରୀ ଦଳ, ଓ ଅବକାରୀ ଥାନାର ଅଧିକାରୀ ଓ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ସହରର ଗୁମ୍ମାନାଳ ନିକଟରେ ଯାନବାହାନ ଯାଞ୍ଚ କରାଯାଉଥିଲା | ଏହି ସମୟରେ ଏକ ଟିଭିଏସ୍ ଏକ୍ସେଲ ଦୁଇଚକିଆ ଗାଡିରେ ଚୋରା ମଦକାରବାର ହେଉଥିବାର ଧରାପଡିଥିଲା | ଘଟଣାସ୍ଥଳରେ ଅଭିଯୁକ୍ତକୁ କାବୁ କରି ସେ ନେଇ ଯାଉଥିବା ୨୦ ଲିଟର ଚୋରା ଦେଶୀମଦକୁ ଜବତ କରିଥିଲେ | ଏନେଇ ମକଦ୍ଦମା ରୁଜୁ ହୋଇଥିବା ବେଳେ ଗାଡିକୁ ଜବତ କରିଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ |


