ଅବକାରୀ ଚଢଉ ୧୮ଲିଟର ଦେଶୀ ରନ୍ଧାମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଗୋଷାଣୀ ବ୍ଲକ ମଧୁସୁଦନପୁର, ବୋମିକା, ପାରଳାଖେମୁଣ୍ଡି ସହର ଆଦି ଠାରେ ଅବକାରୀ ଚଢଉ କରାଯାଇଥିଲା | ଏହି ଚଢଉ ବେଳେ ପାରଳା ସହରର ନୂଆବସଷ୍ଟାଣ୍ଡଠାରେ ଜଣେ ମହିଳା ମଦ ବିକ୍ରି କରୁଥିବା ବେଳେ ଧରାପଡିଥିଲେ | ତାଙ୍କ ଠାରୁ ମୋଟ ୧୮ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯିବା ସହ ଘଟଣାସ୍ଥଳରୁ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ବିଭାଗ ସୂତ୍ରରୁପ୍ରକାଶ |


