ଅବସରକାଳୀନ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ପ୍ରସାଶନିକ ଅଧିକାରୀଙ୍କ ଦ୍ୱାରସ୍ଥ

ଛତ୍ରପୁର, (ଦେବଦତ୍ତ ମହାରଣା) : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨୦୦୯ ମସିହାରୁ ଅବସର ନେଇଥିବା କାଶୀନାଥ ପଣ୍ଡା ଅବସର କଳୀନ ଭତ୍ତା ପାଇଁ ଗୁରୁବାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ଵରେ ଥିବା ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେଦତାତ୍ରେୟ ଭାଉସାହେବଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଅବସର ନେବାର ବର୍ତ୍ତମାନ ସୁଦ୍ଧା ଉପଯୁକ୍ତ ଅବସର କାଳୀନ ଭତ୍ତା ଧାର୍ଯ୍ୟ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି। ସୂଚନା ଥାଉ କି ୨୦୦୯ ଠାରୁ ପ୍ରତିବର୍ଷ ବାରମ୍ବାର ଆସିକା ଏନ୍ଏସିକୁ ଯାଇ ନିଯୁକ୍ତି ଥିବା ସମସ୍ତ କର୍ମଚାରୀମାନଙ୍କୁ ଅନୁରୋଧ କରିବା ସତ୍ତ୍ୱେ କେହି ବି ତାଙ୍କ କଥା ଶୁଣୁନଥିବା କହିଛନ୍ତି ସେ। ବୟସ ଆସି ପହଞ୍ଚିଲାଣି ୭୩ ବର୍ଷ । ଏହି ପରିଣତି ବୟସରେ ଶାରିରୀକ ଓ ପାରିବାରିକ ବହୁତ ସମସ୍ୟା ଥିବାରୁ ସେ ବହୁ ଅନିଶ୍ଚିତତା ଭିତରେ ଗତି କରୁଥିବା ନେଇ କୋହଭରା କଣ୍ଠରେ କହିଛନ୍ତି କାଶୀନାଥ। ଏଣୁ ତାଙ୍କୁ ତୁରନ୍ତ ଅବସର କାଳୀନ ଭତ୍ତା ଧାର୍ଯ୍ୟ କରି ଯଥାଶୀଘ୍ର ପ୍ରଦାନ କରିବାକୁ ସେ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ