ଜିଲ୍ଲା ପ୍ରଶାସନ ପକ୍ଷରୁ ଅସହାୟମାନଙ୍କୁ ଟ୍ରାଇ ସାଇକେଲ, ମେଡିସିନ କିଟ ଓ ସୁଖିଲାଖାଦ୍ୟ ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଏଚଡିଏଫସି.ଆଇସିଆଇସିଆଇ ଓ ବନ୍ଧନ ବ୍ୟାଙ୍କର ସହାୟତାରେ ଗୁରୁବାର ଦାମିୟାନ ନଗର ଠାରେ ଥିବା କିଛି ଅସହାୟ ଲୋକଙ୍କୁ ତିନି ଚକିଆ ସାଇକେଲ, ମେଡିସିନ କିଟ୍ ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ ଓ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ପ୍ରମୁଖ ଯୋଗାଦେଇ ୧୫ଜଣ ଅସହାୟ ଲୋକଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୫୦ଜଣଙ୍କୁ ମେଡିସିନ କିଟ ଏବଂ ସୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏପିଡି (ଟ୍ରେନିଂ) ବାଣୀ ସୁକାନ୍ତ ପଟ୍ଟନାୟକ ଡିପିଆରସି ଫେକୁଲଟି ନବ କୁମାର ବିଷୋୟୀ, ଆଇସିଆଇସି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଆର. ଏଚ ଅମୀୟ ନାୟକ, ଶାଖାପରିଚାଳକ ଲକ୍ଷ୍ମୀ ନାରାୟଣ ନାୟକ, ଗୋସାଣୀ ନୂଆଗାଁ ଶାଖା ପରିଚାଳକ ସୂର୍ଯ୍ୟନାରାୟଣ ଶତପଥୀ, ଏଚଡିଏଫସି ବ୍ୟାଙ୍କର ଏରିଆ ହେଡ୍ ସୁଶାନ୍ତ ପାତ୍ର , ଶାଖାପରିଚାଳକ ସୁଶାନ୍ତ କୁମାର ସାହୁ ଓ ସାହି ବାସିନ୍ଦାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ