ଅବସର କାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଶିକ୍ଷକ କର୍ମଚାରୀ ସଂଘ ତରଫରୁ ଅବସର ନେଇଥିବା ତର୍କଶାସ୍ତ୍ର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଆଳତିଆ ଏବଂ ପଦାର୍ଥ ବିଜ୍ଞାନ ପ୍ରତିପାଦକ ଦିବାକର ମୁନିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି | ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ପ୍ରକାଶ ଚନ୍ଦ୍ର ଆଳତିଆଙ୍କ ସହ ଧର୍ମଣି ନମିତା ଆଳତିଆ ଏବଂ ଦିବାକର ମୁନିଙ୍କ ସହଧର୍ମଣି କୃଷ୍ଣପ୍ରିୟା ମୁନିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇ ଥିଲା | ସଂଘ ସମ୍ପାଦକ ଡ଼କ୍ଟର ରାଜେନ୍ଦ୍ର ଡାକୁଆ ସ୍ୱାଗତ ଭାଷଣ ଦେଇଥିଲେ | ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ ସଂଯୋଜନା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁ, ବିବେକାନନ୍ଦ କର, କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ବିଜୟ ଲଷ୍ମୀ ପାଢ଼ୀ, ପିଙ୍କି ପଲାଇ, ସ୍ୱରୂପା ରାଣୀ ବିଶ୍ୱାଳ, ଭାରତୀ ବିଶ୍ୱାଳ,ଏଚ.ରମେଶ ଚନ୍ଦ୍ର ରାଉତ, ସୁକାନ୍ତ କୁମାର ମିଶ୍ର, ମହେଶ୍ୱର ଗୌଡ଼, ରମେଶ ଚନ୍ଦ୍ର ଗୌଡ଼, ଅରସୁଲୁ ଗୌଡ଼, ପୂଜା ରାଣୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ |


