ଚୋରା ମାଦକ ଦ୍ରବ୍ୟ ବନ୍ଦ ପାଇଁ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ
ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ ): ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଷ୍ଠି ମଲ୍ଲିକାପୁର ପଞ୍ଚାୟତ କିରଣ୍ଟି ଗ୍ରାମରେ ଜଣେ ବ୍ୟକ୍ତି ଚୋରା ମଦ ସହିତ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରି କରିବା ଦ୍ଵାରା ଗ୍ରାମରେ ନିଶାଡି ମାନଙ୍କ ଭିଡ ଜମିବା ସହ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି । ଏହାକୁ ବନ୍ଦ କରିବା ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜାଣିବାକୁ ମିଳିଲା ଏକ ସରକାରୀ ଜାଗାରେ ଜଣେ ବ୍ୟକ୍ତି ଚୋରା ମାଦକ ଦ୍ରବ୍ୟ ବିକ୍ରି କରୁଛନ୍ତି। ଗ୍ରାମରେ ନିଶାଖୋର ବ୍ୟକ୍ତି ମାନେ ଏଠାରେ ନିଶା ଖାଇ ଅପ୍ରିତିକର ବାତାବରଣ ସୃଷ୍ଟି କରୁଛନ୍ତି । ଗ୍ରାମର ମହିଳାମାନେ ଏହିବାଟ ଦେଇ ଯିବା ଆସିଵା କରିବାକୁ ଅସୁରକ୍ଷିତ ମନେକରୁଛନ୍ତି । ଗ୍ରାମର ଲୋକମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ନାନା ଧମକ ସହ ମିଥ୍ୟା ମାମଲା କରାଯାଉଛି । ଏହାକୁ ନେଇ ଗ୍ରାମବାସୀ ମାନେ ଅତିଷ୍ଠ ହେବାସହ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି । ଗ୍ରାମର ୱାର୍ଡ ସଭ୍ୟ ନୃସିଂହ ଚଳଣ ରାଉତ,ଗୌରାଙ୍ଗ ଚନ୍ଦ୍ର ଦାସ,ଅଭିଜିତ ବେହେରା,ସୁଲୋଚନା ରାଉତଙ୍କ ସମେତ ବହୁ ଅଧିବାସୀଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।


