ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନାକରି ଜନ୍ମସ୍ଥାନରେ ସାମୁହିକ ଦୀପଦାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବରିଷ୍ଠ ଚଳଚିତ୍ର ତାରକା ତଥା କେନ୍ଦ୍ରାପଡା ମାଟିର ପୁଅ ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ପାଣ୍ଡିରୀ ଗ୍ରାମରେ ଆଜି ସମୁହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି । ଗ୍ରାମରେ ରହୁଥିବା ବିଜୟଙ୍କ ପରିବାର ସଦସ୍ୟମାନେ କୂଳ ଦେବତା ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସମୁହ ଦୀପଦାନ କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ୧୯୫୦ ମସିହାରେ ଅଭିନେତା ବିଜୟ ପାଣ୍ଡିରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗାଁରେ ହିଁ ତାଙ୍କର ବାଲ୍ୟକାଳ କଟିଥିଲା । ଗାଁରେ ଶିକ୍ଷା ଗ୍ରହଣ କରି ଶେଷରେ ଅଭିନୟ ଶିକ୍ଷା ପାଇଁ ନେସନାଲ ସ୍କୁଲ ଅଫ ଡ୍ରାମାରେ ଯୋଗଦେଇଥିଲେ । ହାଇଦ୍ରାବାଦରେ ତାଙ୍କ ଅସୁସ୍ଥତା ଖବର ପାଇ ଗାଁରେ ଥିବା ତାଙ୍କ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ । ତେବେ ଲକଡାଉନ ପରେ ସେ ଗାଁକୁ ଆସି ବୁଲିଯିବା ପାଇଁ କହି ଯାଇଥିଲେ । ପରିବାର ସଦସ୍ୟ ରବିନ ବିହାରୀ ମହାନ୍ତି, ଚନ୍ଦ୍ର ଶେଖର ମହାନ୍ତି, ପଦ୍ମନାଭ ମହାନ୍ତି, ଅରୁଣ ବିହାରୀ ମହାନ୍ତି, ଜୀବନାନନ୍ଦ ମହାନ୍ତି, ହରେକୃଷ୍ଣ ମହାନ୍ତି, ରବିନ୍ଦ୍ର ମହାନ୍ତି ପ୍ରମୁଖ ବିଜୟଙ୍କ ପାଇଁ ପାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ