ଘରର କାନ୍ଥ ପଡ଼ି ମା’ ଏବଂ ଝିଅ ଗୁରୁତର
ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦରଡା ପଞ୍ଚାୟତର ଦରଡା ଗ୍ରାମରେ ଘଟିଛି ଅଘଟଣ । ଶୋଇ ଥିବା ଅବସ୍ଥାରେ କାନ୍ଥ ପଡ଼ି ମା’ ଏବଂ ଝିଅ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ ଗତକାଲି ଠାରୁ ଉକ୍ତ ଅଞ୍ଚଳରେ ବର୍ଷା ଓ ପବନ ଲାଗି ରହିବା କାରଣରୁ ଗ୍ରାମର ଲାଲମୋହନ ବିନ୍ଧାଣୀ ତାଙ୍କ ସ୍ତ୍ରୀ ସୁମିତ୍ରା ଏବଂ ଝିଅ ଲିସା ଘରେ ଶୋଇଥିଲେ । ଭୋର ସମୟରେ ଲାଲମୋହନ ଘରୁ ବାହାରକୁ ଯାଇଥିବା ସମୟରେ ଘରର କାନ୍ଥ ପଡ଼ିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ମାଟିତଳୁ ମା ଓ ଝିଅକୁ ଉଦ୍ଧାର କରାଯାଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଉଥିଲା । ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।


