ଅଭିଷେକ ମନୁ ସିଂଘଭୀଙ୍କୁ କୋରୋନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେହିପରି ତାଙ୍କ ପତ୍ନୀଙ୍କ କୋରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ତେବେ ଅଭିଷେକ ମନୁ ସିଂଘଭୀଙ୍କ ଠାରେ କୋରୋନା ସଂକ୍ରମଣ ସ୍ତର ସେତେଟା ବ୍ୟାପକ ହୋଇନାହିଁ, ବରଂ ଏହା ନିମ୍ନସ୍ତରରେ ଅଛି। ଏହାବ୍ୟତୀତ ତାଙ୍କ ଅଫିସରେ ଥିବା ବାକି କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ତେବେ ସିଙ୍ଘଭୀ ୨ୟ କଂଗ୍ରେସ ନେତା ଭାବେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସଞ୍ଜୟ ଝା’ଙ୍କ କୋରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। କିନ୍ତୁ ଏବେ ସେ ସୁସ୍ଥ ହୋଇସାରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀରେ କୋରୋନା ସଂକ୍ରମଣ ସଂଖ୍ୟା ମହାରାଷ୍ଟ୍ରକୁ ଟପି ଯାଇଥିଲା। ବଢୁଥିବା ସଂକ୍ରମଣକୁ କମ କରିବା ପାଇଁ ଦିଲ୍ଲୀ ସରକାର ଶନିବାରଠାରୁ ସେରୋ ସର୍ଭେ ଆରମ୍ଭ କରୁଥିବା ବେଳେ କଣ୍ଟେନ୍ଟମେଣ୍ଟ ଜୋନରେ ଘରକୁ ଘର ବୁଲି କୋଭିଡ-୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ