ଅମରନାଥ ଯାତ୍ରା ପାଇ ଁ ଯାତ୍ରୀ ମାନଙ୍କ ପାଇଁ ନିରପତ୍ତା ସତର୍କତା ଜାରୀ
(ଯୁଗାବ୍ଦ ନ୍ୟୁଜ୍) : ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ଉପରେ ବଡ ଧରଣର ଆତଙ୍କବାଦୀ ହମଲା କରିବାକୁ ଚେଷ୍ଟା କରୁଥିବା ଗୁଇନ୍ଦା ସୂଚନାର ମିଳିଛି । ଏହି ସୂଚନା ପରେ ସରକାରୀ ତରଫରୁ ରହଣି ପାଇଁ ସତର୍କତା ଜାରୀ କରିଛନ୍ତି । ପୂର୍ବରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଲେଫଫଟନାଣ୍ଟ ଜେନେରାଲଲ ଜେ .ଜେ .ଏସସ .ଧୂଲୋଁ , ରାଜ୍ୟ ପୋଲିସ ମୁଖ୍ୟ ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସ୍କର ,ଜୈଓ ଆତଙ୍କବାଦୀ ସଂଗଠନ ପାକିସ୍ତାନ ସେନା ସହ ମିଶି ବଡ ଧରଣର ହମଲା ଚେଷ୍ଟା କରୁଥିବା ଜଣାପଡିଛି ।ଗୁଇନ୍ଦା ବିଭାଗର ସୂଚନା ପରେ ସେନା ପକ୍ଷରୁ ଯାତ୍ରା ପଥରେ ତନାଘନା କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସମେତ ଲ୍ୟାଣ୍ଡ ମାଇନ ଜବତ କରାଯାଇଛି । କିଛି ଲ୍ୟାଣ୍ଡମାଇନ ରେ ପାକିସ୍ତାନର ଲଗୋ ରହିଥିବା ବେଳେ ଆଉ କିଛି ବିସ୍ପୋରକରେ ଭାରତର ବୋଲି ଜଣାପଡିଛି । ସରକାରୀ ତରଫରୁ କଡା କଡି କରାଯିବା ସହ ସତର୍କତା ଜାରୀ କରାଯାଇଛି ।


