ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ସୁଦୃଢ ହୋଇପାରିଛି

( ଏଜେନ୍ସି ): ଆଗାମୀ ଦିନରେ ସ୍ଥାୟୀ ଉର୍ଜା କ୍ଷେତ୍ରରେ ଭାରତର ଭବିଷ୍ୟ ପାଇଁ ୧୭୦ ଗିଗା ୱାଟ୍ ନବୀକରଣ ଯୋଗ୍ୟ ଉର୍ଜା ଉତ୍ପାଦନ ସରକାରଙ୍କ ଲକ୍ଷ୍ୟ ରହିଛି । କେନ୍ଦ୍ର ସରକାର ଦେଶର ଅପଷ୍ଟ୍ରିମ୍ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୭.୫ କୋଟି ଗରିବ ଲୋକଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇ ସେମାନଙ୍କ• ଜୀବନଶୈଳିକୁ ପରିବର୍ତନ କରିଛି । ୱାର୍ଲଡ୍ ବ୍ୟାଙ୍କ୍ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ର‌୍ୟାଙ୍କିଂରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ• କରିଛି । ନୂଆଦିଲ୍ଲୀ ଓ ଭୁବନେଶ୍ୱର, ଅଗଷ୍ଟ ୦୨  ଭାରତରେ ଆଗକୁ ବଢୁଥିବା ଉର୍ଜା କ୍ଷେତ୍ର ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଥିବା ବେଳେ ଦେଶର ଉର୍ଜା ସୁରକ୍ଷା ଏବଂ ସ୍ଥାୟୀ ଉର୍ଜା ଉବିଷ୍ୟକୁ ସନିଶ୍ଚିତ କରିବା ପାଇଁ ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଦେଶକୁ ସ୍ୱାଗତ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ବ୍ଲୁମବର୍ଗ ଏନ୍ଇଏଫ୍ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ଆର୍ଥିକ ବର୍ଷରେ ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଥିବାବେଳେ ନିକଟ ଭବିଷ୍ୟତରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ତଥା ଭାରତକୁ ସୁରକ୍ଷିତ ରଖିବା ପାଇଁ ଦେଶର ୧.୩ ବିଲିୟନ ଲୋକଙ୍କ ପାଖରେ ଉର୍ଜା ପହଁଚାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ଦେଶରେ ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହାଇଡ୍ରୋକାର୍ବନ କ୍ଷେତ୍ରରେ ମଧ୍ୟ ପରୀକ୍ଷା କରାଯାଇ ବିକଳ୍ପ ଉର୍ଜା ବାହାର କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଇଛି । ଅନ୍ୟପକ୍ଷେ ଦେଶରେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ବିଏସ-୬ ମାନର ଇନ୍ଧନକୁ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତବର୍ଷ ଏପ୍ରିଲରୁ ବିଏସ-୬ ମାନର ଇନ୍ଧନର ବ୍ୟବହାର ଆରମ୍ଭ ହୋଇଛି । ସେହିପରି ରିଫାଇନାରୀ ସଂସ୍ଥା ଗୁଡିକ ବିଏସ-୬ ଗୁଣବତା ବିଶିଷ୍ଟ ଇନ୍ଧନ ଉତ୍ପାଦନ ଏବଂ ଏହାକୁ ୨୦୨୦ ଏପ୍ରିଲରୁ ସାରା ଦେଶରେ ଯୋଗାଇବା ପାଇଁ ପ୍ରାୟ ୩୦, ୦୦୦ କୋଟି ଅର୍ଥ ପୁଞ୍ଜିନିବେଶ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଗାମୀ ଦିନରେ ସ୍ଥାୟୀ ଉର୍ଜା କ୍ଷେତ୍ରରେ ଭାରତର ଭବିଷ୍ୟ ପାଇଁ ୧୭୦ ଗିଗା ୱାଟ୍ ନବୀକରଣ ଯୋଗ୍ୟ ଉର୍ଜା ଉତ୍ପାଦନ ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ହାନିକାରକ ଗ୍ୟାସର ନିର୍ଗତର ତୀବ୍ରତାକୁ କମାଇବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଅପଷ୍ଟ୍ରିମ୍ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଦେଶରେ ସିଟି ଗ୍ୟାସ ବିତରଣ ତଥା ସିଜିଡି ନେଟୱାର୍କକୁ ବିସ୍ତାର କରାଯାଇଛି । ବର୍ତମାନ ଭାରତୀୟ ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କ ପାଖରେ ସିଜିଡି ନେଟୱାର୍କ ପହଁଚିପାରିଛି । ସେ କହିଛନ୍ତି ଯେ ମୋଦି ସରକାର ସ୍ୱଚ୍ଛ ଇନ୍ଧନ ପାଇଁ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୭.୫ କୋଟି ଗରିବ ଲୋକଙ୍କୁ ଏଲପିଜି ଗ୍ୟାସ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ଯୋଗାଇ ସେମାନଙ୍କ ଜୀବନଶୈଳିକୁ ପରିବର୍ତନ କରିଛି । ଏଲପିଜି ବ୍ୟବହାର କ୍ଷେତ୍ରରେ ୨୦୧୪ରେ ୫୬ ପ୍ରତିଶତରୁ ବୃଦ୍ଧି ପାଇଁ ଏବେ ଏହା ୯୫ ପ୍ରତିଶତରେ ପହଁଚିଛି । ୱାର୍ଲଡ୍ ବ୍ୟାଙ୍କ୍ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ର‌୍ୟାଙ୍କିଂରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ