ଅଯୋଧ୍ୟା ଦୀପୋତ୍ସବରେ ବିଶ୍ୱ ରେକର୍ଡ

ଲକ୍ଷେ୍ନø: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହୋଇଥିବା ଦୀପ ଉତ୍ସବ ଅବସରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ବ୍ୟାପକ ଆୟାଜନ ମଧ୍ୟ କରିଥିଲେ । ଅଯୋଧ୍ୟାରେ ଶନିବାର ସନ୍ଧ୍ୟାରେ ବିଶ୍ୱ ରେକର୍ଡ ଆଧାରରେ ୪ ଲକ୍ଷ ୧୦ହଜାର ଦୀପ ଜଳାଯାଇଛି । ଗତବର୍ଷ ୩ ଲକ୍ଷ ୨୧ ହଜାର ଦୀପ ଜଳା ଯାଇଥିଲା । ୪ଲକ୍ଷ ୧୦ହଜାର ଦୀପ ଜଳାଯିବା ପରେ ଗିନିସ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡ ଟିମ୍ ଏହାକୁ ବିଶ୍ୱ ରେକର୍ଡ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ୱାଲର୍ଡ ରେକର୍ଡ ପାଇଁ ଅଯୋଧ୍ୟାର ସମସ୍ତ ବାସିନ୍ଦା ତଥା ସନ୍ଥ ସମାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଯୁ ଘାଟରେ ଆଳତୀରେ ସାମିଲ ହୋଇଥିଲେ । ସେ ଘାଟରେ ପହଞ୍ଚି ଆଳତୀ କରିଥିଲେ । ଏହାପରେ ସରଯୁ ଘାଟରେ ଲେଜର ସୋ ଜରିଆରେ ପ୍ରଭୁ ରାମଙ୍କ ଜୀବନୀକୁ ଉପସ୍ଥାପିତ କରାଯାଇଥିଲା । ଏଥିସହିତ ଦୀପ ଉତ୍ସବ କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚି ଥିବା ରାମ, ସୀତା ଓ ଲକ୍ଷ୍ମଣ ଭୂମିକା ନିଭାଇଥିବା ବ୍ୟକ୍ତିଙ୍କୁ ହେଲିକପ୍ଟରରୁ ଓହ୍ଲାଇବା ପରେ ଅଯୋଧ୍ୟା ଆଗମନ ପାଇଁ ଯୋଗୀ ପ୍ରଥମେ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ