ସମବାୟ ସମ୍ପାଦକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳ କୃଷ୍ଣ ଜେନା ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ସେବା ସମବାୟ ସମିତି ସଭାପତି ନିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସିଦ୍ଧେଶ୍ୱର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରାଧନ, ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ, ସାମାଜିକ କର୍ମୀ ସମୀର କୁମାର ସ୍ୱାଇଁ, ଦୁର୍ଯୋଧନ ସ୍ୱାଇଁ ପ୍ରମୁଖ ଅତିଥିଭାବେ ମଞ୍ଚାସିନ ଥିଲେ। ସମବାୟ ସମିତି ର ଭାରପ୍ରାପ୍ତ ସମ୍ପାଦକ ଶିବ ସାହୁ, ନିର୍ଦ୍ଦେଶକ ଗୋପାଳ କୃଷ୍ଣ ମଲ୍ଲିକ, ମନୋଜ ଲେଙ୍କା, ମାଗତା ଡାକୁଆ, ପ୍ରସନ୍ନ କୁମାର ବିଷୋୟୀ, ଶଙ୍କର ଜେନା, ବଳରାମ ଭୂୟାଁ ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ପ୍ରତିନିଧି ସଭା ରେ ଉପସ୍ଥିତ ଥିଲେ। ସମବାୟ ସମିତି ର ବିକାଶ ଦିଗରେ ଅବସରପ୍ରାପ୍ତ ସମ୍ପାଦକ ଙ୍କ ଉଲ୍ଲେଖନୀୟ ଅବଦାନ କୁ ଅତିଥିବୃନ୍ଦ ପ୍ରଶଂସା କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେବା ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିବା ସହ ତାଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସେ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଅବଶିଷ୍ଟ ସମୟ ସମବାୟ ସମିତି ର ବିକାଶ ଦିଗରେ ସହଯୋଗ କରିବେ ବୋଲି ଅବସରପ୍ରାପ୍ତ ସମ୍ପାଦକ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ। ସମବାୟ କାର୍ଯ୍ୟାଳୟ ଡିଇଓ ସିଦ୍ଧନାଥ ବିଷୋୟୀ, ଜନାର୍ଦ୍ଦନ ଲେଙ୍କା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


