ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
(ଯୁଗାବ୍ଦ ନ୍ୟୁଜ) , ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅରୁଣ ଜେଟ୍ଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଅରୁଣ ଜେଟ୍ଲୀ ଜଣେ ବରିଷ୍ଠ ରାଜନେତା, ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ବିଚକ୍ଷଣ ଆଇନବିତ୍ ଥିଲେ । ସେ ଜଣେ ପାରଦର୍ଶୀ ନେତା ଥିଲେ, ଯାହାଙ୍କର ରାଷ୍ଟ୍ର ଗଠନରେ ବିଶେଷ ଭୂମିକା ଥିଲା । ତାଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସଙ୍ଗିତା ଏବଂ ପୁଅ ରୋହନଙ୍କୁ ସମବେଦନା ଜଣାଇଛନ୍ତି ।


