ଅର୍ଥନୀତିରେ ନୋବେଲ ପାଇବେ ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଓ ମାଇକେଲ୍ କ୍ରେମର !
ରୟାଲ ସୁଇଡସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରଦାନ ପାଇଁ ତିନିଜଣ ଅର୍ଥନୀତିଜ୍ଞଙ୍କ ନାମ ଘୋଷଣା ହୋଇଛି । ସେମାନେ ହେଲେ ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଓ ମାଇକେଲ୍ କ୍ରେମର । ବିଶ୍ୱସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପ୍ରୟୋଗାତ୍ମକ ପ୍ରୟାସ ପାଇଁ ସେମାନଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସୁଚନାଯୋଗ୍ୟ, ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଦୁହେଁ ପତିପତ୍ନୀ ଏବଂ ଏସ୍ତର ଡୁଫଲୋ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଥମ ସର୍ବକନିଷ୍ଠ ଅଟନ୍ତି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ବର୍ତ୍ତମାନ ଆମେରିକାର ମାସାଚ୍ୟୁଟ୍ସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଅର୍ଥନୀତି ପ୍ରଫେସର ଅଛନ୍ତି । ତାଙ୍କ ପତ୍ନୀ ଏସ୍ତର ଡୁଫଲୋ ଫ୍ରେଞ୍ଚ-ଆମେରିକାନ୍ ନାଗରିକ ଅଟନ୍ତି ଓ ସେ ମଧ୍ୟ ଏମ.ଆଇ.ଟି ରେ କାର୍ୟ୍ୟରତ ଅଛନ୍ତି । ଅଭିଜିତ ଦିଲ୍ଲୀ ଜେଏନୟୁରେ ପାଠ ପଢ଼ିବା ପରେ ହାଓ୍ଵାର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ପିଏଚଡି ହାସଲ କରିଥିଲେ । ପୁଅର ଇକୋନୋମିକସନାମରେ ଅଭିଜିତଙ୍କ ପ୍ରଥମ ପୁସ୍ତକ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା


